କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ମୃତ, ୧୭ରୁ ଅଧିକ ନିଖୋଜ – Ibnodisha

[ad_1]
ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ପୁଣିଥରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି । ମୂଷଳ ଧାରାରେ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥର ଗୌରୀକୁଣ୍ଡ ଠାରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୭ରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ମୃତକ ଓ ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳି ନାଗରିକ ଥିବାର ସୂଚନା ରହିଛି । ଏହି ଭୂସ୍ଖଳନ ପରେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ପୋଲିସ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଗୌରୀକୁଣ୍ଡ ଭୂସ୍ଖଳନରେ ତିନୋଟି ଦୋକାନ ଓ କିଛି ସମ୍ପୂର୍ଣ୍ଣ ହୋଟେଲ ମାଟିରେ ମିଶିଯାଇଛି । ସେହି ସମୟରେ ଦୋକାନରେ ଅନେକ ଲୋକ ଶୋଇଥିଲେ ।
ସେମାନଙ୍କର କୌଣସି ପତ୍ତା ମିଳୁନି । ଏବେ ସୁଦ୍ଧା ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ପ୍ରାୟ ୨୦ ଜଣ ନିଖୋଜ ଥିବା କୁହାଯାଉଥିବା ବେଳେ ସେମାନେ ପଥର ଖଣ୍ଡ ତଳେ ଫସି ଥାଇପାରନ୍ତି ନଚେତ୍ ସେଠାରେ ପ୍ରବାହିତ ମନ୍ଦାକିନୀ ନଦୀରେ ଭାସି ଯାଇଥିବାର ଆଶଙ୍କା କରାଯାଉଛି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳର ନାଗରିକ ଅଛନ୍ତି ।
କିଛି ମହିଳା ଓ ଶିଶୁ ଥିବାର ମଧ୍ୟ ଜଣାପଡିଛି । ଗୁରୁବାର ବିଳମ୍ବିତ ରାତିରେ ଗୌରୀକୁଣ୍ଡରେ ଏହି ଭୂସ୍ଖଳନ ହୋଇଥିଲା । ପାହାଡରୁ ପଥର ଖସି ତଳେ ରାସ୍ତାକଡରେ ଥିବା ଦୋକାନ ଓ ହୋଟେଲ ଉପରେ ଅଜାଡି ହୋଇପଡିଥିଲା । ତେବେ ପାହାଡର ଗୋଟିଏ ଭାଗରେ ବଜ୍ରପାତ ଯୋଗୁଁ ପଥର ଗୁଡିକ ଏପରି ଭାବେ ଖସି ପଡିଥିବା ଚର୍ଚ୍ଚା ହେଉଛି। ଭୂସ୍ଖଳନରେ ପ୍ରାୟ ୨୦ ଜଣ ନିଖୋଜ ହୋଇଯାଇଥିବା କୁହାଯାଉଛି । ସେମାନଙ୍କୁ ଠାବ କରିବାକୁ ଗତକାଲି(ଶୁକ୍ରବାର) ଦିନ ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।
[ad_2]




