ଦେଶ

ମହିଳା କୁସ୍ତିଯୋଦ୍ଧାଙ୍କୁ ଦୁର୍ବ୍ୟବହାର କରୁଥିଲେ ବ୍ରିଜ ଭୂଷଣ: ପୁଲିସ – Ibnodisha

[ad_1]

ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ପୁଲିସର ସାଂଘାତିକ ଅଭିଯୋଗ। ବ୍ରିଜ ଭୂଷଣ କୁଆଡେ ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେଉଥିଲେ । ଯେତେବେଳେ ସୁଯୋଗ ପାଉଥିଲେ ସେମାନଙ୍କୁ ନିର୍ଯାତିତ କରୁଥିଲେ । ଏନେଇ ରବିବାର ଦିଲ୍ଲୀ ପୁଲିସ କୋର୍ଟରେ କହିଛି। ଏହା ସହ ଆହୁରି ମଧ୍ୟ ପୋଲିସ କହିଛି ଏହି ଅଭିଯୋଗକୁ ସତ ସାବ୍ୟସ୍ତ କରିବା ପାଇଁ ପୋଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି।

୬ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏନେଇ ଶୁଣାଣି ହୋଇଥିଲା। ପୁଲିସକୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟଙ୍କୁ କହିଛନ୍ତି ଯେ, “ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ୍ ଭୂଷଣ କଣ କରିଥିଲେ ତାଙ୍କୁ ବେଶ୍ ଭଲ ଭାବେ ଜଣା।”

ତାଜିକିସ୍ତାନର ଏକ ଏକ ଇଭେଣ୍ଟ ସମୟରେ ଜଣେ ମହିଳା କୁସ୍ତିଯୋଦ୍ଧଙ୍କୁ ଶରଣ ସିଂହ କୋଠରୀକୁ ଡାକି ଜବରଦସ୍ତ ଆଲିଙ୍ଗନ କରିଥିଲା। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ବ୍ରିଜ ଭୂଷଣ ଜଣେ ବାପା ହିସାବରେ ଏପରି କରିଥିବା କହିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସେ ତାଙ୍କ କାର୍ଯ୍ୟକଳାପ ବାବଦରେ ବେଶ୍ ଅବଗତ ଥିଲେ। ପୀଡିତା ଏ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କି ନାହିଁ ତାହା ପ୍ରଶ୍ନ ନୁହେଁ, କିନ୍ତୁ ତାଙ୍କ ସହ ଅନ୍ୟାୟ ହୋଇଛି ବୋଲି ପୁଲିସ ଅଦାଲତରେ ଯୁକ୍ତି କରିଛି।

ତାଜିକିସ୍ତାନରେ ଚାଲିଥିବା ଏସୀୟ ଚାମ୍ପିଅନସିପ୍ ସମୟରେ ମଧ୍ୟ  ଆଉ ଏକ ଘଟଣାକୁ ଅଦାଲତ ଆଗରେ ଉପସ୍ଥାପନ କରିଛି ପୁଲିସ। ଯେଉଁ  ସମୟରେ ବ୍ରିଜ ଭୂଷଣ ଅନ୍ୟ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଡ୍ରେସକୁ ତାଙ୍କ ବିନା ଅନୁମତିରେ ଉପରକୁ କରିବା ସହ ତାଙ୍କ ପେଟରେ ଅନୁପଯୁକ୍ତ ଭାବେ ସ୍ପର୍ଷ କରିଥିବା ଅଭିଯୋଗ କରିଛନ୍ତି। ଏହିପରି ଶରଣ ସିଂହଙ୍କ ବିରୋଧରେ ତିନି ପ୍ରକାରର ପ୍ରମାଣ ଅଛି, ଯାହାକି ଚାର୍ଜ ଫ୍ରେମ କରିବା ପାଇଁ ଯଥେଷ୍ଟ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button