ରାଜ୍ୟ

ହୋଟେଲରେ ଗ୍ୟାସ୍‌ ପାଇପ ଲିକ୍ ହୋଇ ଅଗ୍ନିକାଣ୍ଡ, ତିନି ଗୁରୁତର – Ibnodisha

[ad_1]

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅମର୍ଦାରୋଡସ୍ଥିତ ନନା ହୋଟେଲ ପରିସରରେ ଗ୍ୟାସ ଟାଙ୍କି ଲିକ୍ କରି ତିନି ଜଣ ଗୁରୁତର ଓ ଦୁଇ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଦିନ ସାଢେ ବାରଟା ସମୟରେ ହୋଟେଲ ପରିସରରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ଗୁରୁତର ମାନେ ହେଲେ ବାଲେଶ୍ଵର ଅଞ୍ଚଳ ର ରାଜେନ୍ଦ୍ର ପାଣିଗ୍ରାହୀ(୩୨), ଚାରିଗାଁ ର ରାଜିବ ମହାପାତ୍ର(୨୦), ଏବଂ ଚିଞ୍ଚଳଗଡିଆ ର ରାକେଶ ରାୟ(୪୬) ହୋଇଥିବା ବେଳେ ଆହତ ଙ୍କ ମଧ୍ୟରେ ବାଲେଶ୍ଵର ର ଅଭିପଶା ପାଣିଗ୍ରାହୀ (୨୭)ଏବଂ ଅଙ୍କିତ ପାଣିଗ୍ରାହୀ (୧୦)ବୋଲି ଜଣାପଡିଛି । ଘଟଣାସ୍ଥଳରେ ବସ୍ତା ଦମକଳ ବାହିନୀ, ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନା କୁ ପଠାଇଥିବା ବେଳେ ଗୁରୁତର ମାନଙ୍କୁ ବାଲେଶ୍ଵର ପଠାଯାଇଥିବା ଜଣାପଡିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button