ଦେଶ

ଗଣେଶ ଚତୁର୍ଥୀ ପାଳନ କରି ନାଚୁଥିବା ବେଳେ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ, ଦେଖନ୍ତୁ ଭିଡିଓ – Ibnodisha

[ad_1]

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ପାଳନ କରି ନାଚୁଥିବା ବେଳେ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। କ୍ୟାମେରାରେ କଏଦ ହେଲା ଦୃଶ୍ୟ। ଆନ୍ଧ୍ରପ୍ରଦେଶର ଧର୍ମବରମରେ ଏହି ଘଟଣା ଘଟିଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି ଭିଡିଓ। ଯୁବକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଜଣକ ହେଲେ ୨୬ବର୍ଷୀୟ ପ୍ରସାଦ। ବୁଧବାର ଘଟଣାଟି ଘଟିଥିବା ବେଳେ ତେଲୁଗୁ ସ୍କ୍ରାଇବ ନାମକ ଏକ୍ସ(ଟ୍ବିଟର)ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଥିଲା। ଭିଡିଓ ସେୟାର ହେବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଇଛି ‌ଯେ, ପ୍ରସାଦ ହାତରେ ଗଛର ପତ୍ର ଧରି ନାଚୁଛନ୍ତି। ଏହି ସମୟରେ ତାଙ୍କ ସହ ତାଙ୍କ ବନ୍ଧୁ ମଧ୍ୟ ନାଚୁଥିବା ଦେଖାଯାଇଛି। ଦୁହେଁ ତାଳ ଦେଇ ନାଚୁଥିବା ବେଳେ ପ୍ରସାଦ ଧୀରେ ଧୀରେ ହାଲିଆ ଅନୁଭବ କରୁଛନ୍ତି। ଏହା ପରେ ସେ ଟଳିପଡ଼ୁଛନ୍ତି। ପଛରେ ସ୍ତ୍ରୀ ଲୋକମାନେ ବସି ଦୁହିଁଙ୍କ ନୃତ୍ୟ ଦେଖୁଥିବା ବେଳେ ପ୍ରସାଦ ସେମାନଙ୍କ ଉପରେ ପଡ଼ିଯାଉଥିବା ଦେଖାଯାଇଛି।

ତେବେ ପ୍ରସାଦଙ୍କ ମୃତ୍ୟୁ ପରେ ଲୋକେ ଡିଜେ ସାଉଣ୍ଡକୁ ଦାୟୀ କରିଛନ୍ତି। କରୋନା ପରଠାରୁ ଅଧିକ ଡିଜେ ସାଉଣ୍ଡ ପାଇଁ ଅନେକ ଲୋକଙ୍କର ହୃଦଘାତ ହେଉଥିବା କମେଣ୍ଟରେ କହିଛନ୍ତି ଲୋକେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button