ମନୋରଞ୍ଜନ

ଏହି କାରଣରୁ କ୍ରିତିଙ୍କ ସହ ରୋମାନ୍ସ କରିବାକୁ ମନା ‌କଲେ ବିଜୟ – Ibnodisha

[ad_1]

ମୁମ୍ବାଇ: ଫିଲ୍ମ ‘ଯବାନ’ ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ କାଲି ଗାଏକ୍ବାଡ ଓରଫ ବିଜୟ ସେଥୁପତି। ସବୁବେଳେ ନିଜ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜୟ ଏବେ ଅଭିନେତ୍ରୀ କ୍ରିତି ସେଟ୍ଟୀଙ୍କୁ ଏକ ଫିଲ୍ମରେ କାଷ୍ଟ କରିବାକୁ ମନା କରିଥିବା ନେଇ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ଫିଲ୍ମରେ ତାଙ୍କୁ କ୍ରିତିଙ୍କ ବିପକ୍ଷରେ ହିରୋ କରାଯାଇଥିବା ବେଳେ ବିଜୟ ଏହା କରିବାକୁ ମନା କରିଥିଲେ। କ୍ରିତିଙ୍କୁ ତାଙ୍କ ହିରୋଇନ ନକରାଯାଉ ବୋଲି ସେ କହିଥିଲେ। ଏହା ପରେ କ୍ରିତିଙ୍କୁ ଫିଲ୍ମରୁ ବାଦ୍ ଦିଆଯାଇଥିଲା।

ମିଳିଥିବା ସୂଚନା ମୁତାବକ, ବୟସରେ ଥିବା ପାର୍ଥକ୍ୟ ପାଇଁ ବିଜୟ କ୍ରିତିଙ୍କ ସହ କାମ କରିବାକୁ ମନା କରିଥିଲେ। ଏକ ପୁରୁଣା ସାକ୍ଷାତକାରରେ ବିଜୟ ଏହାର କାରଣ ଜଣାଇ କହିଥିଲେ ଯେ, “ଯେତେବେଳେ ମୁଁ ଫିଲ୍ମ ‘ଲାଭମ୍’ ପାଇଁ ସୁଟିଂ କରୁଥିଲି, ସେତେବେଳେ ନିର୍ମାତାମାନେ କ୍ରିତିଙ୍କୁ ସେହି ଫିଲ୍ମରେ ହିରୋଇନ ଭାବେ କାଷ୍ଟ କରିବେ ବୋଲି କହିଥିଲେ। ହେଲେ ‘ଲାଭମ୍’  ସହ ମୁଁ ଫିଲ୍ମ ‘ଉପ୍ପେନା’ ପାଇଁ ମଧ୍ୟ ସୁଟିଂ କରୁଥିଲି, ଯେଉଁଥିରେ କ୍ରିତି ମୋ ଝିଅ ହୋଇଥିଲେ। ଗୋଟିଏ ଫିଲ୍ମରେ ମୋ ଝିଅ ଚରିତ୍ର କରିଥିବା ଅଭିନେତ୍ରୀଙ୍କ ସହ ମୁଁ ରୋମାନ୍ସ କରିପାରିବି ନାହିଁ ବୋଲି ନିର୍ମାତାଙ୍କୁ କହିଥିଲି। ସେଥିପାଇଁ ନିର୍ମାତା କ୍ରିତିଙ୍କୁ ‘ଲାଭମ୍’ ଫିଲ୍ମରେ କାଷ୍ଟ କରିନଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button