ମୋଦୀଙ୍କୁ ନୋବେଲ୍ ପୁରସ୍କାର ଦେବାକୁ ଦାବି କଲା ହିନ୍ଦୁ ସେନା – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବି ଜୋର କରିଛି । ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁଗୁପ୍ତା ନୋବେଲ୍ ଫାଉଣ୍ଡେସନ୍କୁ ଏନେଇ ଚିଠି ଲେଖିଛନ୍ତି । ଏଥିରେ ହିନ୍ଦୁ ସେନା ଅଧ୍ୟକ୍ଷ ଉଲ୍ଲେଖ କରିଛନ୍ତି ଯେ, ମୋଦୀ ବିଶ୍ୱ ଶାନ୍ତି କ୍ଷେତ୍ର ସହ କୂଟନୈତିକ ତଥା ମାନବିକ ସହାୟତା ଦିଗରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରୁଛି । ଘରୋଇ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଶାନ୍ତି ବଜାୟ ରଖିବା ଦିଗରେ ମୋଦୀ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଏତଦ୍ବ୍ୟତୀତ ମୋଦୀଙ୍କ ନେତୃତ୍ୱରେ ଆଞ୍ଚଳିକ ସହଯୋଗ ବୃଦ୍ଧି କରିବା କ୍ଷେତ୍ରରେ ହେଉ କିମ୍ବା ଦ୍ୱିପାକ୍ଷିକ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ କମ୍ କରିବା କ୍ଷେତ୍ରରେ ହେଉ, ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଆଧାରିତ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବୋଲି ହିନ୍ଦୁ ସେନା ଅଧ୍ୟକ୍ଷ ଦର୍ଶାଇଛନ୍ତି । ପଡୋଶୀ ଦେଶ ସହ ଭାରତର କୂଟନୈତିକ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମୋଦୀଙ୍କ ନିରନ୍ତର ପ୍ରୟାସକୁ ଆଜି ସମଗ୍ର ବିଶ୍ୱ ପ୍ରଶଂସା କରୁଛି ବୋଲି ବିଷ୍ଣୁ ଗୁପ୍ତା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
[ad_2]