ଦେଶ

ବାସ୍କେଟ୍‌ବଲ୍ ସୁପର୍‌ଷ୍ଟାର୍ ଟେରେନ୍ସ ଶାନୋନ୍ ଜୁନିଅର୍ ଗିରଫ – Ibnodisha

[ad_1]

କନ୍‌ସାସ: ଆମେରିକାର ଜଣେ ବାସ୍କେଟ୍‌ବଲ୍ ସୁପର୍‌ଷ୍ଟାର୍ ଟେରେନ୍ସ ଶାନୋନ୍ ଜୁନିଅର୍‌ଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି । ଆମେରିକାର ଇଲିନୟ ପ୍ରଦେଶ ନିବାସୀ ଟେରେନ୍ସଙ୍କ ବିରୋଧରେ ଗୁରୁତର ଦୁଷ୍କର୍ମ ଅଭିଯୋଗ ଆସିବା ପରେ ବାସ୍କେଟ୍‌ବଲ୍ ଟିମ୍ ଇଲିନୋଇସ୍ ସ୍କୁଲ୍ ଗୁରୁବାର ତାଙ୍କୁ ଟିମ୍‌ର ସମସ୍ତ ଗତିବିଧିରୁ ବାହାର କରିଦେଇଥିଲା । ଏହାପରେ ଟେରେନ୍ସଙ୍କୁ ଗିରଫ କରାଯାଇଥିବା ଇଏସ୍‌ପିଏନ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି ।

ସୂଚନା ଅନୁସାରେ ସେପ୍ଟେମ୍ବରରେ କନ୍‌ସାସ୍‌ରେ ଅନୁଷ୍ଠିତ ଏକ ଫୁଟ୍‌ବଲ୍ ମ୍ୟାଚ୍ ବେଳେ ଟେରେନ୍ସ ଶାନୋନ୍ ଜୁନିଅର୍‌ଙ୍କ ବିରୋଧରେ କଥିତ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାପରେ ଡଗଲାସ୍ କାଉଣ୍ଟି (କନ୍‌ସାସ୍‌) ଜିଲ୍ଲା ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟ ବୁଧବାର ଟେରେନ୍ସଙ୍କ ଗିରଫ ୱାରେଣ୍ଟ ଜାରି କରିଥିଲା । ଜେଲ୍ ରେକର୍ଡ ଅନୁସାରେ ଟେରେନ୍ସ ଆତ୍ମସମର୍ପଣ କରିଥିଲେ ଏବଂ ଗୁରୁବାର ସକାଳେ ତାଙ୍କୁ ଦୁଷ୍କର୍ମ, ବିନା ସହମତିରେ ଯୌନ ସମ୍ପର୍କ ସ୍ଥାପନ ଓ ବଳ ପ୍ରୟୋଗ ଅଭିଯୋଗରେ କନ୍‌ସାସ୍‌ର ଲରେନ୍ସରୁ ଗିରଫ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button