ପୁଣି ଚିନ୍ତା ବଢ଼ାଇଲାଣି କରୋନା; ସଜାଗ ରହିବାକୁ ସବୁ ମେଡିକାଲ କଲେଜକୁ ଚିଠି – Ibnodisha
[ad_1]
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ୍ ୧’ ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ୨୪ ଘଣ୍ଟାରେ ପୁଣି ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ତେବେ କୋଭିଡ ସଂକ୍ରମଣ ବୃଦ୍ଧିକୁ ନେଇ ଲୋକେ ଭୟଭିତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସଚେତନତା ହେବା ଏକାନ୍ତ ଆବଶ୍ୟକ । କୋଭିଡ ଟେଷ୍ଟିଂ ବଢ଼ିଛି, ଗତକାଲି ୬୯୦ ଟେଷ୍ଟ ହୋଇଛି, ସେଥିରୁ ୩୭୮ ହେଉଛି ଆରଟିପିସିଆର ।
ସେଥିରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୮ଜଣ ଆକ୍ଟିଭ ପେସେଣ୍ଟ ଅଛନ୍ତି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତିୟ । ତେଣୁ ଆତଙ୍କିତ ହେବାର କିଛି ନାହିଁ । ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଊର୍ଦ୍ଧ୍ୱ ହୋମ ଆଇସୋଲେସନରେ ଅଛନ୍ତି । କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ । ବଢ଼ିବ ନ ବଢ଼ିବ ଏବେ କହିହେବନି । ସ୍ଥିତି ଉପରେ ନଜର ରଖାଯାଇଛି । ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ରହିଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖାଯାଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ସର୍ଭିଲାନ୍ସ ବଢ଼ାଇବାକୁ କୁହାଯାଇଛି । ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି ।
[ad_2]