ଅପରାଧ

ପୁଲିସ ହାତରେ ୫ କୁଖ୍ୟାତ ଲୁଟେଲା – Ibnodisha

[ad_1]

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ଼ ସଫଳତା । ନୟାପଲ୍ଲୀ ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି ୫ ଆନ୍ତଃରାଜ୍ୟ ଲୁଟେରା । ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ଲୁଟପାଟ କରି ଆତଙ୍କ ରଚିଥିବା ଏକ ବଞ୍ଜରା ଲୁଟେରା ଗ୍ୟାଙ୍ଗକୁ ଆଜି କାବୁ କରିଛି କମିଶନରେଟ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କିଶୋର ମହାନ୍ତି(୨୩), ମୋମିମ ମଲ୍ଲିକ(୩୦), ଏସ୍‌.କେ. ଔରଙ୍ଗଜେବ(୨୨), ପ୍ରଭାତ ସାହୁ(୨୯), ଇକଲାକୁଲ ରେହମାନ(୨୫) । ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକର ଘର ପଶ୍ଚିମବଙ୍ଗ ମେଦିନାପୁରରେ ହୋଇଥିବା ବେଳେ ଅନ୍ୟମାନଙ୍କ ଘର ଜଗତସିଂହପୁର, ଡୁମୁଡୁମା, କେନ୍ଦ୍ରାପଡା, ବାଲିଅନ୍ତା ଅଞ୍ଚଳରେ ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗିରଫ ହୋଇଥିବା ସମସ୍ତେ କବାଡ଼ିଆ ଦୋକାନୀ, ଶ୍ରମିକ ଓ କମ୍ବଳ ବେପାରୀ, ଫେରୀବାଲା ଭାବେ କାମ କରନ୍ତି । ଦିନ ସମୟରେ ଏମାନେ ସହରର ଗଳିକନ୍ଦୀରେ ବୁଲି କେଉଁ ଘରେ କିଏ ରହୁନାହାନ୍ତି କେଉଁ ଘର ତାଲା ପଡିଛି ସେୟା ସବୁ ନଜର କରିଥାନ୍ତି ପୁଣି ଉକ୍ତ ଘରଗୁଡିକରେ ରାତିରେ ଲୁଟପାଟ କରନ୍ତି ।

ଏହି କ୍ରମରେ ଗତ ୨୪ ତାରିଖ ରାତିରେ ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ଅଭିମନ୍ୟୁ ମହାପାତ୍ରଙ୍କ ଘରୁ ଏକ ବଡ ଧରଣର ଚୋରି ହୋଇଥିଲା । ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ସୁନାଗହଣା ଲୁଟି ନେଇଥିଲେ । ଏନେଇ ସେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏପରିକି ରାତ୍ରୀକାଳୀନ ପାଟ୍ରୋଲିଂକୁ ଜୋରଦାର କରିଥିଲା । ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ଏମାନଙ୍କୁ ଠାବ କରିଥିଲା । ପରେ ଥାନାକୁ ଆଣି ଜେରା କରିବା ପରେ ଏମାନେ ଚୋରି କରୁଥିବା ସ୍ୱିକାର କରିଥିଲେ । ପରେ ସେମାନଙ୍କ ଠାରୁ ପୋଲିସ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ୫ଟି ପାଣି ପମ୍ପ, ଆକ୍ୱାଗାର୍ଡ, ପିତ୍ତଳ ବାସନ, ଆକ୍ଟିଭା ଗାଡି ଆଦି ଜବତ କରିଛି । ଏହି ଗ୍ୟାଙ୍ଗ ନାଁରେ ଭୁବନେଶ୍ୱରର ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଡକାୟତି ମାମଲା ରହିଛି । ଚନ୍ଦ୍ରଶେଖରପୁର, ଇନଫୋସିଟି ଅଞ୍ଚଳରୁ ଲୁଟ କରିବାରେ ବିଫଳ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button