ଖେଳ

ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ-ବାଂଲାଦେଶ ଦ୍ୱିତୀୟ ଟି-୨୦ ରଦ୍ଦ – Ibnodisha

[ad_1]

ମାଉଣ୍ଟ୍ ମୋନଗ୍‌ନୁଇ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଛି । ନ୍ୟୁଜିଲାଣ୍ଡ ୧୧ ଓଭର୍‌ରେ ୨ ୱିକେଟ୍ ହରାଇ ୭୨ ରନ୍ କରିଥିବା ବେଳେ ଜୋର୍‌ରେ ବର୍ଷା ହୋଇଥିଲା ଏବଂ ମ୍ୟାଚ୍ ରୋକି ଦିଆଯାଇଥିଲା । ଏହାପରେ ବର୍ଷା ବନ୍ଦ ନହେବାରୁ ଖେଳ ଆରମ୍ଭ ହୋଇପାରି ନଥିଲା । ଡାରିଲ୍ ମିଚେଲ୍ ୧୮ ରନ୍ (୨୪ ବଲ୍‌) ଏବଂ ଗ୍ଲେନ୍ ଫିଲିପ୍ସ ୯ ରନ୍ (୧୪ ବଲ୍‌) କରି ଅପରାଜିତ ଥିଲେ । ଟସ୍ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡକୁ ପ୍ରଥମରୁ ହିଁ ଝଟ୍‌କା ଲାଗିଥିଲା ।

ସ୍କୋର୍ ୯ ରନ୍ ବେଳେ ରଶିଦ୍ ହୁସେନ୍‌ଙ୍କ ବଲ୍‌ରେ ଓପ୍ନର୍ ଫିନ୍ ଏଲନ୍ ଶୋରିଫୁଲ୍ ଇସ୍‌ଲାମ୍‌ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିଅନ୍ ଫେରିଥିଲେ । ଏଲନ୍ ୫ ବଲ୍‌ରୁ ୨ ରନ୍ କରିଥିଲେ । ଅନ୍ୟତମ ଓପ୍ନର୍ ଟିମ୍ ସେଫର୍ଟ ଡାରିଲ୍ ମିଚେଲ୍‌ଙ୍କ ସହ ମିଶି ୩୬ ବଲ୍‌ରେ ୪୩ ରନ୍‌ର ଭାଗୀଦାରି କରିଥିଲେ । ସେଫର୍ଟ ୨୩ ବଲ୍‌ରେ ୪୩ ରନ୍ କରିଥିବା ବେଳେ ତଞ୍ଜିମ୍ ହସନ୍ ସାକିବ୍‌ଙ୍କ ଶିକାର ହୋଇଥିଲେ । ଏହି ମ୍ୟାଚ୍ ରଦ୍ଦ ହେବା ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି । ବୁଧବାର ନାପିଏର୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା । ଏହା ନ୍ୟୁଜିଲାଣ୍ଡ ମାଟିରେ ଟିମ୍‌ର ପ୍ରଥମ ଟି-୨୦ ବିଜୟ ଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button