ଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌: ପାକିସ୍ତାନଠୁ ହାରିଲା ଭାରତ

ଦୁବାଇ: ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ ମ୍ୟାଚ୍‌ରେ ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟର୍‌ ଶାହଜୈବ ଖାନ୍‌ ଭାରତ ବିପକ୍ଷରେ ୧୫୯ ରନ୍‌ର ବିସ୍ଫୋରକ ବ୍ୟାଟିଂ କରି ନୂଆ କୀର୍ତ୍ତିମାନ ରଚିବା ସହିତ ଭାରତକୁ ୪୩ ରନ୍‌ରେ ପାକିସ୍ତାନ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପାଇଁ ୧୪୭ ବଲ୍‌ରୁ ୫ ଚୌକା ଓ ୧୦ ଛକା ସହାୟତାରେ ୧୫୯ ରନ୍‌ କରିଥିବା ଶାହଜୈବଙ୍କ ସହିତ ଉସ୍ମାନ୍‌ ଖାନ୍‌ (୬୦) ପ୍ରଥମ ୱିକେଟ୍‌ରେ ୧୬୦ ରନ୍‌ ଭାଗୀଦାରି ଗଢ଼ିଥିଲେ। କିନ୍ତୁ ଏହି ଦୁଇ ଜଣଙ୍କ ସହ ମହମ୍ମଦ ରିଆଜୁଲ୍ଲା (୨୭)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବ୍ୟାଟର୍‌ ୫ ରନ୍‌ ବି ଅତିକ୍ରମ କରିପାରି ନଥିଲେ। ଫଳରେ ଭାରତ ସମ୍ମୁଖରେ ୨୮୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ପାକିସ୍ତାନ। ଭାରତ ବିପକ୍ଷରେ ଏହା ସେର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଭାରତ କିନ୍ତୁ ନିୟମିତ ଅନ୍ତରାଳରେ ୱିକେଟ୍‌ ହରାଇଥିଲା। ମଧ୍ୟକ୍ରମରେ ନିଖିଲ କୁମାର ୬୭ ରନ୍‌ କରି କିଛି ସମୟ ପାଇଁ ସଂଘର୍ଷ କରିଥିଲେ। କିନ୍ତୁ ଲମ୍ବା ଭାଗୀଦାରି ହୋଇ ନପାରିବାରୁ ଭାରତ ୨୩୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୫ ଦିନ ତଳେ କୋଟିପତି ହୋଇଯାଇଥିବା ବିହାର ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସାରା ଭାରତର ନଜର ଥିଲେ ମଧ୍ୟ ସେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଶାହଜୈବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍‌ ୨ ତାରିଖରେ ଜାପାନ୍‌ ବିପକ୍ଷରେ ଖେଳିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button