ସୌରଭ ଘୋଷାଲ୍ଙ୍କ ଅବସର ଘୋଷଣା – Ibnodisha

[ad_1]
ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍କ୍ୱାଶ୍ ଖେଳାଳି ସୌରଭ ଘୋଷାଲ୍ ପେସାଦାର ସର୍କିଟ୍ରୁ ଅବସର ଘୋଷଣା କରିଛନ୍ତି । ତେବେ ଦେଶ ପକ୍ଷରୁ ମଲ୍ଟି ସ୍ପୋର୍ଟ୍ସ ଇଭେଣ୍ଟ୍ରେ ପ୍ରତିନିଧିତ୍ୱ ଜାରୀ ରଖିବେ । ପେସାଦାର ସର୍କିଟ୍ରେ ୨୨ ବର୍ଷ ଖେଳିଥିବା ଘୋଷଣା ଇଞ୍ଚିଅନ୍ ଏବଂ ହାଙ୍ଗ୍ଝୁ ଏସିଆନ୍ ଗେମ୍ସର ଟିମ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତିନିଟି ପଦକ ମଧ୍ୟ ଜିତିଛନ୍ତି । ସେ ଗ୍ଲାସ୍ଗୋରେ ୨୦୨୨ ବିଶ୍ୱ ଡବଲ୍ସ ଚାମ୍ପିଅନ୍ଶିପ୍ରେ ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ଘୋଷାଲ୍ ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଲେଖିଛନ୍ତି- ‘୨୨ ବର୍ଷ ତଳେ ପିଏସ୍ଏ ୱାର୍ଲ୍ଡ ଟୁର୍ରେ ମୋ ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥିଲି ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେସାଦାର ସ୍କ୍ୱାଶ୍ ଖେଳିବି । ବିଶ୍ୱ ସାରା ଯାତ୍ରା କରିବା ସହିତ ବଡ଼ ବଡ଼ ମଞ୍ଚରେ ଖେଳୁଥିବା ବେଳେ ଏହା କେବେ ଶେଷ ହେବନାହିଁ ବୋଲି ମୁଁ ଭାବୁଥିଲି ।’ ୩୭ ବର୍ଷୀୟ ଖେଳାଳି ଆହୁରି କହିଛନ୍ତି, ‘ପ୍ରତ୍ୟେକ ଜିନିଷର ଏକ ଅନ୍ତ ଥାଏ । ଏହି ବାର୍ତ୍ତା ଲେଖିବା ବେଳେ ମୁଁ ଭାବବିହ୍ୱଳ ହୋଇପଡ଼ୁଛି । ଏହି ଖେଳ ଏତେ ବର୍ଷ ଧରି ମୋତେ ଆଜୀବିକା ଏବଂ ପରିଚୟ ଦେଇଛି । ମୁଁ ପିଏସ୍ଏରୁ ମୋ ସନ୍ନ୍ୟାସ ଘୋଷଣା କରୁଛି ।’
[ad_2]