ଦେଶ

ମନୀଷ ସିସୋଦିଆ ପୁଣି ନିରାଶ; ମେ’ ୭ ଯାଏଁ ହେପାଜତ ଅବଧି ବୃଦ୍ଧି – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟରୁ ଲାଗିଛି ଝଟ୍‌କା । ପୁଣି ଥରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢ଼ାଇ ଦିଆଯାଇଛି । ଆସନ୍ତା ମେ’ ୭ ତାରିଖ ଯାଏଁ ତାଙ୍କ ହେପାଜତ ଅବଧି ବୃଦ୍ଧି ପାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ଚାର୍ଜ ଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା । ଏଭଳି ଆବେଦନ ପଛର କାରଣ କ’ଣ ବୋଲି କୋର୍ଟ ଜବାବ ମାଗିଥିଲେ । ଏଥିସହ ସିସୋଦିଆଙ୍କ ହେପାଜତ ଅବଧି ମେ’ ୭ ଯାଏ ବଢ଼ାଇ ଦେଇଥିବା ଜଣାପଡ଼ିଛି । ଭିଡିଓ କନଫରନେସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ । ଶୁଣାଣି ସମୟ ଅଭିଯୁକ୍ତଙ୍କ ଓକିଲ କୋର୍ଟରୁମ୍‌ରେ ବାହାରକୁ ଚାଲିଯିବାକୁ ନେଇ ମଧ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଥବଲେ । ଆମେ ପ୍ରଥମ ଥର ପାଇଁ ଏଭଳି ଆଚରଣ ଦେଖିଛୁ ବୋଲି ବିଚାରପତି କହିଛନ୍ତି । ଏହା ପରେ ଅଭିଯୁକ୍ତଙ୍କ ଓକିଲ ଆମେ କୋର୍ଟ ରୁମରୁ ବାହାରକୁ ଯିବା ପାଇଁ କ୍ଷମା ମାଗିଥିଲେ । ଗତକାଲି ଅର୍ଥାତ୍ ମଙ୍ଗଳବାର କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ୍ ନେତ୍ରୀ କେ.କବିତାଙ୍କ ମଧ୍ୟ ନ୍ୟାୟିକ ହେପାଜତକୁ ମେ’ ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button