ଦେଶ

ଦିଲ୍ଲୀର ବିକାଶପୁରୀରେ ଶ୍ରୀ ଗଣେଶ ମହୋତ୍ସବ ଉଦଯାପିତ – Ibnodisha

[ad_1]

ନୂଆଦିଲ୍ଲୀ: ଏଠାକାର ପଶ୍ଚିମଦିଲ୍ଲୀ ସ୍ଥିତ ବିକାଶ ପୁରୀ ଠାରେ ୨୩ତମ ବାର୍ଷିକ ଶ୍ରୀ ଗଣେଶ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇ ଯାଇଛି। ପୂଜା ଅବସରରେ ଠାକୁରଙ୍କର ମଣ୍ଡପକୁ ରଙ୍ଗ ବେରଙ୍ଗର କପଡା, ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିବାର ଦେଖଯାଇଥିଲା। ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅପରାହ୍ନରେ ମଙ୍ଗଳ ମୂର୍ତ୍ତିଙ୍କର ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ଦିନ ଅଢ଼େଇଟା ବେଳେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତବର୍ଷର ଗଣେଶ ଉତ୍ସବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ୟ, ସ୍ବେଚ୍ଛାସେବୀ ଏବଂ ସାଧାରଣ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ୟ ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ବିକାଶ ପୁରୀ ଠାରେ ଓଡିଆ ସମ୍ପ୍ରଦାୟଙ୍କ ଦ୍ବାରା ନିୟମିତ ଭାବରେ ଆୟୋଜିତ ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ରୂପ ନେଇଥିବାରୁ ଆୟୋଜକ ଶ୍ରୀ ଗଣେଶ ପୂଜା କମିଟିକୁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ
ମଧ୍ୟରେ ବରିଷ୍ଠ ପ୍ରଶାସକ ଦେବେନ୍ଦ୍ର ମାଝୀ, ଦିଲ୍ଲୀପ ପାଢୀ, ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାରର ସଭାପତି ଡଃ. ବିକ୍ରମ ମହାନ୍ତି, ଡଃ ରଜନୀ ରଞ୍ଜନ ମହାନ୍ତି, ଡଃ. ବିନାୟକ ପ୍ରସାଦ, ସମାଜସେବୀ ପ୍ରୀତମ୍ ନାୟକ ଓ ପ୍ରସିଦ୍ଧ ଟେନିସ ଖେଳାଳୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।

Sambad

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓଲିଉଡର ଉଦୀୟମାନ ତାରକା ଗାୟୀକା ଦେବାଂଶୀ ଦାଶ ଥିଲେ। ସୁଶ୍ରୀ ଦାଶ ତାଙ୍କର ଯାଦୁରି ସ୍ବରରେ ଉଭୟ ଲୋକ ଓ ଲଘୁସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ବିଶିଷ୍ଟ ଗାୟକ ସନ୍ତୋଷ ରାଉତଙ୍କର ତତ୍ତ୍ଵାବଧାନରେ ସୁର ମହ୍ଲାରର କଳାକାର ମାନେ ସେମାନଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଚମତ୍କୃତ କରିଥିଲେ। ସୁପ୍ରସିଦ୍ଧ ଗାୟୀକା ଅଭିପ୍ସା ରଥ ଏବଂ ପ୍ରତିଷ୍ଠିତ ଗାୟକ ଅରୁଣ ନିଶ୍ଚଲଙ୍କର ମନୋଲୋଭା ସଙ୍ଗୀତ ଗୁଡିକ ଖୁବ ମନମୁଗ୍ଧକର ଥିଲା। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତ୍ରିଷ୍ଣା ତମନ୍ନାଙ୍କର ପ୍ରସ୍ତୁତି ମଧ୍ୟ ବେଶ ଉଚ୍ଚକୋଟୀର ଥିଲା। କାବ୍ୟା, ଆରାଧ୍ୟା ଓ କନିଷ୍କାଙ୍କ ଦ୍ବାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ ଓ ପ୍ରାଚୀ, ବର୍ଷା, ରୁଚିସ୍ମିତା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ୟ ଦର୍ଶକ ମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷିକା ଇପ୍ସା ପ୍ରତିବିମ୍ବିତା ଷଡଙ୍ଗୀ ଖୁବ ସୂଚାରୁ ରୂପେ ସଂଚାଳନା କରିଥିଲେ। ୨୩ ତମ ଶ୍ରୀ ଗଣେଶ ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାର ମୁଖ୍ୟ ପୁରୋଧା ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଓ ତାଙ୍କର ସହଧର୍ମିଣୀ ମହାକାଙ୍ଖ୍ୟା ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଥିଲେ।

Sambad

ଉତ୍ସବ ପରିଚାଳନାରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିବା କମିଟିର ଅନ୍ଯାନ୍ଯ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଅଜୟ ସାହୁ, ଅଜିତ ସ୍ବାଇଁ, ଅନୁପ ସ୍ବାଇଁ, ବଙ୍କିମ ପରିଡା, ବିକ୍ରମ ଭୂୟାଁ, ଧନେଶ୍ଵର ପରିଡା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି, ଜୀବନ ନାୟକ, କିରଣ ଧଳ, କିଶୋର ରାୟ, ମନୋଜ ଜେନା, ନାରାୟଣ ବିଶ୍ବାଳ, ପ୍ରସନ୍ନ ସ୍ବାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରକାଶ ସାହୁ, ରାଜକିଶୋର ସାହୁ, ରଞ୍ଜନ ଧଳ, ରଞ୍ଜିତ ପ୍ରଧାନ, ରବୀନ୍ଦ୍ର ସୁତାର, ରବୀନ୍ଦ୍ର ଜେନା, ସନାତନ ରାଉତ, ସଞ୍ଜୟ ରାଉତ, ଶଶିକାନ୍ତ ସାମଲ, ସତ୍ୟବାନ ଭୂୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ବାଇଁ ,ସୁନାକର ସାମଲ, ସୁରେଶ ନାୟକ, ସ୍ୱରୂପ ସ୍ବାଇଁ, ତ୍ରିଲୋଚନ ବାରିକ ଏବଂ ଉମେଶ ସାହୁ ପ୍ରମୁଖ ଅନ୍ୟତମ ଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅନିଲ ଜେନା, ସୁରେନ୍ଦ୍ର ମାଣିକ, ମନୋଜ ସାହୁ, ସୁଧାଂଶୁ ସାହୁ, ଭଗବାନ ପରିଡା, ଶରତ ଶର୍ମା, କୈଳାସ ବେହେରା, ପ୍ରିୟତମା କର, ଡଃ. ରୀନାକ୍ଷୀ ଦାସ ଏବଂ କାବେରୀ ବେହେରା ପ୍ରମୁଖ ସାମିଲ ଥିଲେ। ପରଦିନ ଅପରାହ୍ନରେ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଓଡ଼ିଆ ସମାଜର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଦ୍ଵାରା ଖୁବ ଜାକଜମକ ମଧ୍ୟରେ ଡିଜେ ଓ ଢୋଲ ବାଦ୍ୟର ବାଜଣା ସହିତ ରୋଷଣୀ କରି ଓ୍ବାଜିରପୁର ସ୍ଥିତ ଯମୁନା ନଦୀକୂଳକୁ ନିଆଯାଇ ସେଠାରେ ବିଗ୍ରହର ବିସର୍ଜନ ପର୍ବ ସମାପନ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button