ଦେଶ

ଇସ୍ତାନବୁଲର ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ : ୨୯ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନାଇଟ କ୍ଲବରେ ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଉଛି । ଏହି ନିର୍ମାଣ କାର୍ଯ୍ୟ ଯୋଗୁ ସେଠାରେ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ପୁଲିସ୍ କ୍ଲବ ମ୍ୟାନେଜରଙ୍କ ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଇସ୍ତାନବୁଲର ବେସିକଟାସ୍‌ ଜିଲ୍ଲାରେ ଥିବା ଏକ ୧୬ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ନାଇଟ୍ କ୍ଲବଟି ଥିବା ଜଣାଯାଇଛି। ତେବେ ନବୀକରଣ କାମ ଯୋଗୁ କ୍ଲବ୍‌ଟି ବନ୍ଦ ଥିବା ବେଳେ ଭିତରେ କେବଳ ଶ୍ରମିକମାନେ କାମ କରୁଥିଲେ। ତେଣୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ କ୍ଲବର ନବୀକରଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାଯାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।ଇସ୍ତାନବୁଲର ଏହି ନାଇଟ୍‌ କ୍ଲବରେ ଅଗ୍ନିକାଣ୍ଡ ପରେ ପ୍ରାଥମିକ ପର୍ଯ୍ୟାୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହାର ଅଗ୍ନ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button