ଦେଶ

ମେଣ୍ଟ ନକରିବାରୁ ୩ ରାଜ୍ୟରେ କଂଗ୍ରେସ ହାରିଲା: ନୀତୀଶ – Ibnodisha

[ad_1]

ପାଟନା : ରବିବାର ୪ଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟଗଣତି କରାଯାଇ ଫଳାଫଳ ଘୋଷିତ ହୋଇଛି । ତଦନୁଯାୟୀ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସକୁ ସଫଳତା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଜସ୍ଥାନ ଓ ଛତିଶଗଡରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଏହି ସଫଳତା ହାସଲ କରିଥିବାବେଳେ ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିପାରିଛି ।

ଏହି ପରିପ୍ରେକ୍ଷୀରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ରଣନୀତିକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଗୋଟିଏପଟେ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେଉଥିବାବେଳେ ଅନ୍ୟପଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କୌଣସି ସହଯୋଗୀ ଦଳ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିନଥିଲା । ଏହି କାରଣରୁ କଂଗ୍ରେସକୁ ଏହି ତିନି  ରାଜ୍ୟରେ ବହୁମୂଲ୍ୟ  ଦେବାକୁ ପଡିଛି ବୋଲି ନୀତୀଶ କହିଛନ୍ତି ।

ଯଦି କେନ୍ଦ୍ରୀୟ ଭାରତର ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କଂଗ୍ରେସ ଏଭଳି ଦଶା ଭୋଗିଲା, ତେବେ ଆଗାମୀ ଲୋକସଭା ନିର୍ବାଚନରେ ପରିଣାମ କ’ଣ ହେବ ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି । କଂଗ୍ରେସ କହୁଛି ଜତୀୟସ୍ତରରେ (ସାଧାରଣ ନିର୍ବାଚନ) ଆମେ ମେଣ୍ଟ କରିବାକୁ ପ୍ରସ୍ତୁତ ଥିବାବେଳେ ଆଞ୍ଚଳିକସ୍ତରରେ ଏକୁଟିଆ ଲଢିବାକୁ ଉଚିତ ମଣିଥିଲୁ ।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ନିର୍ବାଚନରେ ଜେଡିୟୁ ଓ ସମାଜବାଦୀ ପାର୍ଟି ପ୍ରାର୍ଥୀ ଛିଡା କରିଥିବାବେଳେ ରାଜସ୍ଥାନ ଓ ଛତିଶଗଡରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଥିଲା । ତେବେ କଂଗ୍ରେସ ସହ ମେଣ୍ଟ ନଥିବାରୁ ବିଜେପି ଏହାର ଫାଇଦା ଉଠାଇଛି ବୋଲି ନୀତୀଶ କହିଛନ୍ତି । ନୀତୀଶଙ୍କ ସହ ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସ୍ୱର ମିଳାଇଛନ୍ତି ।

ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଇ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ସ୍ୱପ୍ନ ଦେଖୁଥିବା କଂଗ୍ରେସ ବିଧାନସଭା ନିର୍ବାଚନରେ ସହଯୋଗୀ ଦଳଗୁଡିକୁ ଅଣଦେଖା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ମମତା କହିଛନ୍ତି । ବିଜେପି ରାଜସ୍ଥାନରେ ୧୧୫, ମଧ୍ୟପ୍ରଦେଶରେ ୧୬୩ ଓ ଛତିଶଗଡରେ ୫୪ ଆସନ ଅକ୍ତିଆର କରି ସରକାର ଗଠନ କରିବାକୁ ଯାଉଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସକୁ ସାନ୍ତ୍ୱନାମୂଳକ ବିଜୟ ମିଳିଛି । କଂଗ୍ରେସ ଏଠାରେ ସର୍ବାଧିକ ୬୪ ଆସନ ହାତେଇବାରେ ସକ୍ଷମ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button