ଖେଳ

ଆଜିଠାରୁ ଜୁନିଅର୍ ପୁରୁଷ ହକି ବିଶ୍ୱକପ୍‌; ଭାରତ-ସାଉଥ୍ କୋରିଆ ପ୍ରଥମ ମୁକାବିଲା – Ibnodisha

[ad_1]

କୁଆଲାଲୁମ୍ପୁର : ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଏଫ୍‌ଆଇଏଚ୍ ପୁରୁଷ କନିଷ୍ଠ ବିଶ୍ୱକପ୍ ହକି ପ୍ରତିଯୋଗିତା । ଏହାର ପ୍ରଥମ ମ୍ୟାଚ୍ ଦୁଇ ଥରର ଚାମ୍ପିଅନ୍ ଭାରତ ଓ ଏହାର ଏସୀୟ ପ୍ରତିଦ୍ୱନ୍ଦ୍ୱୀ ସାଉଥ୍ କୋରିଆ ମଧ୍ୟରେ ଖେଳାଯିବ । ଭାରତ ୨୦୦୧ରେ ହୋବାର୍ଟରେ ଏବଂ ୨୦୧୬ରେ ଲକ୍ଷ୍ନୌରେ ଦୁଇଥର ଚାମ୍ପିଅନ୍ ହେବା ସହିତ ୧୯୯୭ରେ ଇଂଲଣ୍ଡର ମିଲ୍ଟନ୍ କିଏଷ୍ଠାରେ ରନର୍ସଅପ୍ ହୋଇଥିଲା । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାର ଶେଷ ସଂସ୍କରଣରେ ଭାରତୀୟମାନେ ଚତୁର୍ଥ ସ୍ଥାନରେ ରହିଥିଲେ ।

ଜୁନିଅର୍ ବିଶ୍ୱକପ୍‌ରେ ତିନିଥର ପଦକ ଜିତିଥିବା ଭାରତୀୟ ଦଳ ଏଠାରେ ବୁକିତ ଜଲିଲସ୍ଥିତ ଜାତୀୟ ହକି ଷ୍ଟାଡିୟମରେ ଚତୁର୍ଥଥର ପାଇଁ ପୋଡିୟମ ହାସଲ କରିବେ ବୋଲି ଆଶା ରଖିଛନ୍ତି । ଭାରତକୁ କୋରିଆ ବ୍ୟତୀତ କାନାଡ଼ା ଓ ସ୍ପେନ ସହ ପୁଲରେ ରଖାଯାଇଛି । କୋରିଆ ପରେ ଭାରତ ଗୁରୁବାର ସ୍ପେନ୍ ଓ ଶନିବାର କାନାଡ଼ା ସହ ଖେଳିବ । ପୁଲ୍ \’ଏ\’ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଚିଲି ଓ ମାଲେସିଆ ଥିବାବେଳେ ପୁଲ୍ \’ବି\’ରେ ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ୍ ଡି\’ରେ ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ  ରହିଛନ୍ତି । ପ୍ରତ୍ୟେକ ପୁଲର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ । କ୍ୱାର୍ଟର ଫାଇନାଲ୍‌, ସେମିଫାଇନାଲ୍ ଓ ଫାଇନାଲ୍ ଯଥାକ୍ରମେ ୧୨, ୧୪ ଓ ୧୬ ତାରିଖରେ ଖେଳାଯିବ ।

ଫରୱାର୍ଡ ଉତ୍ତମ ସିଂହଙ୍କ ଅଧିନାୟକତ୍ୱରେ କୋରିଆ ବିପକ୍ଷରେ ଭାରତୀୟଙ୍କ ରେକର୍ଡ ଭଲ ଥିବାରୁ ସେମାନେ ଆତ୍ମବିଶ୍ୱାସରେ ଭରପୁର ରହିବେ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୬ଟି ମ୍ୟାଚ୍ ମଧ୍ୟରୁ ଭାରତ ୩ଟି, କୋରିଆ ୨ଟି ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି । ଶେଷ ଥର ପାଇଁ ଉଭୟ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ପୁରୁଷ କନିଷ୍ଠ ଏସିଆ କପ୍ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ୯-୧ ଗୋଲରେ କୋରିଆକୁ ପରାସ୍ତ କରି ବିଶାଳ ବିଜୟ ହାସଲ କରିଥିଲା । ଭୁବନେଶ୍ୱରରେ ଗତ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥବା ବେଳେ ଏହି ଦଳରେ ଉତ୍ତମ ମଧ୍ୟ ରହିଥିଲେ । ଯାହାଦ୍ୱାରା ଏହା ତାଙ୍କର ଦ୍ୱିତୀୟ ବିଶ୍ୱକପ୍ ଏବଂ ତାଙ୍କ ପାଖରେ ଅଭିଜ୍ଞତା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button