ରାଜ୍ୟ
ରାଜମିସ୍ତ୍ରିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]
ଅସ୍ତରଙ୍ଗ : କାକଟପୁର ଥାନା ଅଧୀନସ୍ଥ ବାଜପୁର ଗ୍ରାମର କହ୍ନୁ ଚନ୍ଦ୍ର ପରମାଣିକ(୫୪)ଙ୍କ ଝୁଲନ୍ତା ଗଳିତ ମୃତଦେହ ବାଜପୁର ଗ୍ରାମ ଶେଷମୁଣ୍ଡ ଜଙ୍ଗଲରୁ କାକଟପୁର ଥାନା ପୁଲିସ ଜବତ କରିଛି । ମୃତ କହ୍ନୁ ରାଜମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବାବେଳେ ଗତ ଚାରିଦିନ ତଳୁ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ କାକଟପୁର ଥାନାରେ ଏକ ନିଖୋଜ କେଶ ଦାୟର କରିଥିଲେ । ଗତ ମଙ୍ଗଳବାର ତାଙ୍କ ମୃତଦେହ ସ୍ଥାନୀୟ ଜଙ୍ଗଲରେ ଏକ ବରଗଛରେ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀମାନେ ଦେଖି କାକଟପୁର ଥାନାକୁ ଖବର ଦେଇଥିଲେ । ପୁଲିସ ଶବ ଉଦ୍ଧାରକରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ କାକଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅପରପକ୍ଷରେ କହ୍ନୁଙ୍କ ଆତ୍ମହତ୍ୟା ପାରିବାରିକ କଳହର କୁପରିଣତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।
[ad_2]




