ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ – Ibnodisha

[ad_1]

କେନ୍ଦୁଝର: ସୋମବାର କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ କାଠବାଉଁଶୁଳୀ ଗ୍ରାମର ୨୫ ବର୍ଷର ଅଭିଯୁକ୍ତ ମନ୍ତ୍ରୀ ସର୍ଦ୍ଦାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇବା ସହ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି ।

୨୦୨୧ ମସିହା ଅଗଷ୍ଟ ୨୭ ତାରିଖରେ ପୀଡ଼ିତାଙ୍କ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ମନ୍ତ୍ରୀ ସର୍ଦ୍ଦାର(୨୫) ପୀଡ଼ିତା ୧୨ ବର୍ଷର ନାବାଳିକାଙ୍କୁ ଘରୁ ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତାଙ୍କ ବାପା ପଳାଶପଙ୍ଗା ଫାଣ୍ଡି ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୁଲିସ ପୀଡ଼ିତାଙ୍କୁ ଆସାମୀ କବଳରୁ କାଣିପୋଶି ଗ୍ରାମରୁ ଘଟଣାର ୨ ଦିନ ପରେ ଉଦ୍ଧାର କରିବା ସହ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ପୋକ୍ସ ଆଇନର ଧାରା ୬ ଅନୁଯାୟୀ କୋର୍ଟ ଚାଲାଣ କରିଥିଲା । ସୋମବାର କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ୧୫ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି ମନ୍ତ୍ରୀ ସର୍ଦ୍ଦାରକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button