ରାଜ୍ୟ

୧୧ରୁ ବଢ଼ିବ ତାତି – Ibnodisha

[ad_1]

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେଇଛି । ମଙ୍ଗଳବାର ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ୱାଭାବିକରୁ ତାପମାତ୍ରା ୫ ରୁ ୭ ଡିଗ୍ରୀ କମ୍ ରହିଛି । ୧୧ ତାରିଖରୁ ତାପମାତ୍ରା ପୁଣି ବଢ଼ିବ । ପ୍ରାୟ ୨ ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା । ଏହି ସମୟରେ ଦକ୍ଷିଣ ଓଡ଼ିଶାକୁ କାଳ ବୈଶାଖୀ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓଡ଼ିଶାରେ ବି ଏହାର ପ୍ରଭାବ ରହିବ । ସକାଳେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ପ୍ରକୋପ କମ୍ ରହିଥିଲା । ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ନିମ୍ନଚାପରେଖା ସୃଷ୍ଟିହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ଗୁରୁଚାପବଳୟ ମଧ୍ୟ ସକ୍ରିୟ ରହିଛି । ଏଥିପାଇଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ତେଣୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି । ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ଘଡ଼ଘଡ଼ି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି ।

ତେବେ ମଙ୍ଗଳବାର କଟକରେ ତାପମାତ୍ରା ୩୩.୪ଂ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୩ଂ, ଗୋପାଳପୁରରେ ୩୫.୮ଂ, ତାଳଚେର ୩୦.୪ଂ, ବୌଦ୍ଧ ୩୭ଂ, ପାରଳାଖେମୁଣ୍ଡି ୩୮.୨ଂ, ଜଗତସିଂହପୁର ୩୫ଂ, ମାଲକାନଗିରି ୩୮.୭ଂ, କେନ୍ଦୁଝର ୨୬.୮ଂ ରେକର୍ଡ କରାଯାଇଛି । ସେହିପରି ଗତ ୨୪ଘଣ୍ଟାରେ ବାଲେଶ୍ୱରରେ ୧.୫ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧.୭ମିମି, କଟକରେ ୬.୨ମିମି, ଭୁବନେଶ୍ୱରରେ ୨୪.୪ମିମି, ଗୋପଳପୁରରେ ୧.୪ମିମି, ଅନୁଗୁଳରେ ୯ମିମି, ବାରିପଦାରେ ୩.୨ମିମି, ଝାରସୁଗୁଡାରେ ୩.୯ମିମି, କେନ୍ଦୁଝର ୬ମିମି, ସମ୍ବଲପୁର ୩ମିମି, ସୁନ୍ଦରଗଡ଼ ୫.୪ମିମି, ତାଳଚେର ୭ମିମି, ଛତ୍ରପୁର ୨୨.୪ମିମି, ରାୟଗଡା ୨.୨ମିମି, ଢେଙ୍କାନାଳ ୨୭.୨ମିମି, ନୂଆପଡା ୩୧.୪ମିମି, ଖୋର୍ଦ୍ଧା ୧୭ମିମି ଏବଂ ରାଉରକେଲା ୩ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁଘଟିଛି । ମୃତକମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ । ବର୍ଷା ହେବା ଯୋଗୁଁ ଉଭୟ ଗଛମୂଳେ ଆଶ୍ରୟ ନେଇଥିଲେ । ତେବେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁହୋଇଥିଲା । ମୃତ ଖରା ଶୀତାରାମ ଅସରଡ଼ା ଗାଁକୁ କୁଣିଆ ହୋଇ ଆସିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button