ରାଜ୍ୟ

୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ – Ibnodisha

[ad_1]

ବୌଦ୍ଧ : ବୌଦ୍ଧ ପୋଲିସ ଦୁଇ କୁଇଣ୍ଟାଲ ଗଞ୍ଜେଇ ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗଞ୍ଜେଇ ଚାଲାଣ ବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସୂଚନା ମୁତାବକ ବୌଦ୍ଧଥାନା ଅଧିକାରୀ ବିଶେଷ ସୁତ୍ରରୁ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେବା ନେଇ ସୂଚନା ପାଇଥିଲେ । ସୂଚନା ପାଇ ବୌଦ୍ଧଥାନାର ଏକ ଟିମ୍ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋକୁ ସରଣ୍ଡା ଗ୍ରାମ ନିକଟରେ ସନ୍ଦେହରେ ଅଟକାଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାତପରଡିଆ ଗ୍ରାମର ପିଣ୍ଟୁ ପ୍ରଧାନ ଓ ବିଲିଖମନ ଗ୍ରାମର ନିରଂଜନ ବେହେରା । ଜବତ ହୋଇଥିବା ଗଞ୍ଜେଇ ବୌଦ୍ଧଥାନା ଗୋଛାପଡା ଅଞ୍ଚଳରୁ ଅନୁଗୁଳକୁ ଚାଲାଣ କରାଯାଉଥିବା ପୁଲିସ ପ୍ରକାଶ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button