ରାଜ୍ୟ
ଇଦ୍ ଉଲ୍ ଫିତର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]
ଭୁବନେଶ୍ବର: ଆଜି ସମଗ୍ର ଦେଶର ଇଦ୍ ଉଲ୍ ଫିତର ପାଳନ କରାଯାଉଛି। ଗୁରୁବାର ସକାଳୁ ମୁସଲମାନ ଭାଇଭଉଣୀମାନେ ନମାଜ ପାଠ କରିଛନ୍ତି। ଇଦ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଦ୍ ଉଲ୍ ଫିତର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହା ଆମକୁ ସୁଖ, ଶାନ୍ତି, ସମୃଦ୍ଧତା ଦ୍ବାରା ଆଶୀର୍ବାଦ କରୁଏବଂ ଆମକୁ ଦୟା, ଦୟା ଏବଂ ପ୍ରେମ ପଥରେ ଆଗେଇ ନେଉ। ସୂଚନାଯୋଗ୍ୟ, ମଙ୍ଗଳବାର ଆକାଶରେ ଚାନ୍ଦ(ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।
[ad_2]