ରାଜ୍ୟ

ଲାମ୍ବେରି ଗ୍ରାମରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆକୁ ନେଇ ସଚେତନତା ଶୋଭାଯାତ୍ରା

ଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗ୍ରାମରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆକୁ ନେଇ ସଚେତନତା ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗୁଁ ୫ଜଣଙ୍କ ଜୀବନ ଚାଲିଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହିଳା, ପୁରୁଷମାନଙ୍କୁ ନେଇ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ନ ହେବା ପାଇଁ ସଚେତନତା ଶୋଭାଯାତ୍ରା କରିବା ସହ ବୈଠକ କରିଥିଲେ। ଖାଦ୍ୟ ଖାଇବା ପୂର୍ବରୁ ଓ ପରେ ହାତକୁ ଭଲ ଭାବରେ ଧୋଇବା, ବାସିଖାଦ୍ୟ ଖାଇବା ନାହିଁ, ଘର ଚାରିପଟେ ସଫା ସୁତୁରା ରଖିବା ଭଳି ବିଭିନ୍ନ ପ୍ରକାର ବିଷୟରେ ସଚେତନତା କରିଥିଲେ। ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣ। ତାଣ୍ଡି, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ନମ୍ବ୍ରତା ମହନ୍ତ, ମହିଳା ସ୍ୱାସ୍ଥ୍ୟକର୍ମୀ ପଦ୍ମଲତା ବି ଭି, ଅଙ୍ଗନୱାଡି ଓ ଆଶା କର୍ମୀ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା ମଧ୍ୟ କରିଥିଲେ। ଏହାକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button