IBN ଓଡ଼ିଶା ବ୍ୟୁରୋ

ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା; ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁ

ମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ଘଟଣାକୁ ନିନ୍ଦା କରିବା ସହ ସେଦିନ ଥାନାରେ କଣ ଘଟିଥିଲା ପୁରା ସତ୍ୟ ଜାଣିବାକୁ ଥାନାରେ ପଚରାଉଚରା କରିଛନ୍ତି।

ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ଚିଠି ଲେଖିଥିବା ଅଧ୍ୟକ୍ଷା କହିଛନ୍ତି। ସଠିକ୍‌ ଭାବେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁ। ପୀଡିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button