IBN ଓଡ଼ିଶା ବ୍ୟୁରୋ

ଶରୀର ପାଇଁ ଉପକାରୀ ମଟର ଛୁଇଁ

ମ ଶରୀର ପାଇଁ ମଟର ଛୁଇଁର ମଧ୍ୟ ଅନେକ ଉପକାର ରହିଛି। କାରଣ ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତ୍‌ପିଣ୍ଡ ଓ କିଡ୍‌ନୀ ସୁସ୍ଥ ରହିଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ଏଥିରେ ଫାଇବରର କିଛି ମାତ୍ରା ରହୁଥିବାରୁ ପାଚନତନ୍ତ୍ରକୁ ସକ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏହା କୋଲେଷ୍ଟରଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ, ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ବି ମଟର ଛୁଇଁର ଅନେକ ଭୂମିକା ରହିଛି। ମଟର ଛୁଇଁକୁ ଫାଇନ୍‌ ପେଷ୍ଟ କରି ତ୍ୱଚାରେ ଧୀରେ ଧୀରେ ମାଲିସ୍‌ କଲେ, ଏହା ନାଚୁରାଲ ସ୍କ୍ରବ୍‌ ର କାମ ଦେଇଥାଏ।

କୁହାଯାଏ, ଏହିପରି କିଛିଦିନ କଲେ ତ୍ୱଚା ସଫା ଦେଖାଯିବା ସହ ଗ୍ଲୋ କରିଥାଏ। ଶୀତଦିନେ ଅନେକଙ୍କର ଓଠ ଆଉ ପାଦର ଗୋଇଠି ଫାଟେ। କଞ୍ଚା ମଟର ଛୁଇଁରୁ କିଛିକିଛି ନିୟମିତ ଖାଇଲେ ଏହି ସମସ୍ୟାରୁ କୁଆଡ଼େ ଅନେକ ଉପଶମ ମିଳିଥାଏ। ତେବେ ଅନେକ ଗୁଣରେ ଭରା ଏହି ମଟର ଛୁଇଁର କିନ୍ତୁ ଗୋଟିଏ ଅସୁବିଧା ରହିଛି; ତାହା ହେଉଛି ଗ୍ୟାସ୍‌ ସମସ୍ୟା। ତେଣୁ ଗ୍ୟାସ୍‌ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଟିକେ ଦେଖିଚାହିଁ ମଟର ଛୁଇଁ ଖାଇବା ଦରକାର।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button