ରାଜ୍ୟ

ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି – Ibnodisha

[ad_1]

ପୁରୀ: ଆଜି ପବିତ୍ର ଭାଦ୍ରବ ପୂର୍ଣିମା ।  ଏ ଅବସରରେ ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଓ ଇନ୍ଦ୍ର ହାତୀ ପ୍ରସ୍ତାବ  ଅନୁଷ୍ଠିତ ହେବ । ସଂଧ୍ୟା ଆଳତି ସରିବା ପରେ ଠାକୁରଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀ ଦୋଳଗୋବିନ୍ଦଙ୍କୁ ବଟ ମୂଳେ ଥିବା ପାଲିଙ୍କିରେ ବିଜେ କରାଯିବ । ଏକ ପଟୁଆରରେ ଠାକୁରଙ୍କ ପାଲିଙ୍କି ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯିବା ସହ ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବ । ଏହା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବେ ।

ସେପଟେ ଆଜି ଅନେକ ନୀତି ରହିଥିବାରୁ ସକାଳୁ ନୀତିକୁ ସୃଙ୍ଖଳିତ କରାଯାଇଛି। ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟା ନୀତି ସମ୍ପୂର୍ଣ୍ଣ ହେବା ସହ ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ ହୋଇଛି। ତାପରେ ମଇଲମ, ଅବକାଶ ବେଶ ହୋଇ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଛି। ସେପଟେ ଦର୍ଶନ ମଧ୍ୟ ସୃଙ୍ଖଳିତ ହୋଇଛି। ଭକ୍ତମାନେ ଭିତରକାଠରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button