ରାଜ୍ୟ

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର – Ibnodisha

[ad_1]

ଭୁବନେଶ୍ୱର : ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବେଲଡିହି ନିକଟରେ ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିଲେ। ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥରେ ତାଙ୍କ ଗାଡ଼ିକୁ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ସମୟରେ ବାମୁରା ଅଞ୍ଚଳରେ ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ତୁରନ୍ତ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓଙ୍କୁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଉଭୟଙ୍କ ଚିକିତ୍ସା ଚାଲିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଶରୀରରେ ୩୬ଟି ଷ୍ଟିଚ୍‌ ପଡ଼ିଛି। ତାଙ୍କ ମୁଣ୍ଡରେ କେବଳ ୩୦ଟି ଷ୍ଟିଚ୍‌ ଓ ଶରୀରର ଅନ୍ୟ ସ୍ଥାନରେ ୬ଟି ଷ୍ଟିଚ୍‌ ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ଖବର ପାଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାର ଲୋକେ ଆଜି ସକାଳୁ ସକାଳୁ ସମ୍ବଲପୁରସ୍ଥିତ ମେଡିକାଲରେ ପହଞ୍ଚିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସ୍‌ଓଙ୍କୁ ଆଜି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ ବୋଲି ଜଣାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button