ଅପରାଧ

ଗୋଟିଏ ପ୍ଲଟକୁ ୨୨ ଜଣଙ୍କୁ ବିକ୍ରି କରି ଅଭିଯୁକ୍ତ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ଗୋଟିଏ ପ୍ଲଟ୍ ମିଥ୍ୟା ପାୱାର ଅଫ ଆଟର୍ଣ୍ଣି କରି ୨୨ ଜଣ ଭିନ୍ନ ଭିନ୍ନ ଗ୍ରାହାକଙ୍କୁ ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବଡ଼ଗଡ ଥାନା ପୁଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରାଜୀବ ଲୋଚନ ମହାପାତ୍ର(୪୬) । ପୂର୍ବରୁ ଏହି ମାମଲାରେ ୨ ଜଣ ଅଭିଯୁକ୍ତ ଦିବାକର ସାହୁ ଏବଂ ହୃଦାନନ୍ଦ ସାହୁ ଗିରଫ ହୋଇ ସାରିଛନ୍ତି । ସୂଚନାଯୋଗ୍ୟ ଯେ, ଦିବାକର ସାହୁଙ୍କର ଖଣ୍ଡଗିରି ଅନ୍ତର୍ଗତ ଦାସପୁର ମୌଜା ଠାରେ ୧୮୬/୧୧୫୧ ନମ୍ବର ବିଶିଷ୍ଟ ଏକ ପ୍ଳଟ ଥିଲା । ସେ ସେହି ପ୍ଲଟକୁ ୧୯୮୨ ମସିହାକେ କାଞ୍ଚନମ ଆଲେକ୍ସଙ୍କୁ ବିକ୍ରି କରିଥିଲେ । ତାର ୧୦ ବର୍ଷ ପରେ ଅର୍ଥାତ ୧୯୯୨ ମସିହାରେ କାଞ୍ଚନମ ଆଲେକ୍ସ ଉକ୍ତ ପ୍ଳଟଟିକୁ ସାବିତ୍ରୀଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ । କିନ୍ତୁ ରେକର୍ଡ ଅଫ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି, ମୂଳ ଜମି ମାଲିକ ଅଭିଯୁକ୍ତ ଦିବାକର ସାହୁଙ୍କ ନାମରେ ହିଁ ପୂର୍ବବତ୍ ରହିଥିଲା ।

ଜମି ମାଲିକ ଦିବାକର ସାହୁ ଏହାର ସୁଯୋଗ ନେଇ ଲୋକଙ୍କୁ ଠକିବା ପାଇଁ ହୃଦାନନ୍ଦ ସାହୁଙ୍କ ନାମରେ ପାୱାର ଅଫ ଆଟର୍ଣ୍ଣି ପ୍ରସ୍ତୁତ କରି ତାଙ୍କୁ ଉକ୍ତ ଜମିକୁ ବିକ୍ରି କରିବା ପାଇଁ କହିଥିଲେ । ଅଭିଯୁକ୍ତ ହୃଦାନନ୍ଦ ସାହୁ ନିଜକୁ ଉକ୍ତ ଜମିର ପାୱାର ଅଫ ଆଟର୍ଣ୍ଣି ଦର୍ଶାଇ ମୋଟ ୨୨ ଜଣ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଉକ୍ତ ପ୍ଲଟଟିକୁ ବିକ୍ରି କରିଥିଲେ । ଅଭିଯୁକ୍ତ ଦିବାକର ସାହୁ ଓ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଏହି ଜମି ଠକେଇ ମାମଲାରେ ରାଜୀବ ଲୋଚନ ମହାପାତ୍ର ସହଯୋଗ କରିଥିଲେ । ଏନେଇ ବରଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ କରି ପୂର୍ବରୁ ଦିବାକର ସାହୁ ଏବଂ ହୃଦାନନ୍ଦ ସାହୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ବଡଗଡ ଥାନା ପୁଲିସ ଆଜି ଜଟଣୀସ୍ଥିତ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚଢଉ କରି ତୃତୀୟ ଅଭିଯୁକ୍ତ ରାଜୀବ ଲୋଚନ ମହାପାତ୍ରଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିବା ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button