ଅପରାଧ

ଲୁଟ ପାଇଁ ବୃଦ୍ଧାଙ୍କୁ ନିର୍ମମ ହତ୍ୟା ! – Ibnodisha

[ad_1]

ବେଙ୍ଗାଲୁରୁ: ଏକାକୀ ରହୁଥିବା ଜଣେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମରେ ଲୁଚାଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ଏହି ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବା ଓ ଲୁଟ ଉଦ୍ଦେଶ୍ୟରେ ଏହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି । ବେଙ୍ଗାଲୁରୁର କେ.ଆର ପୁରା ସ୍ଥିତ ନିସର୍ଗ ଲେ-ଆଉଟରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ପୋଲିସ ଟିମ୍ ଏକ ଡ୍ରମ ଭିତରୁ ବୃଦ୍ଧଙ୍କ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

କଲୋନୀରେ ଲାଗିଥିବା ସିସିଟିଭିରୁ ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି ପୋଲିସ । ବୃଦ୍ଧାଙ୍କ ଜଣେ ସମ୍ପର୍କୀୟ ଯୁବକକୁ ପୋଲିସ ଅଟକ ରଖିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବୃଦ୍ଧା ୬୫ ବର୍ଷୀୟା ସୁଶୀଲମା ଭାବେ ଚିହ୍ନଟ ହୋଇଛନ୍ତି । ବୃଦ୍ଧା ଜଣକ ନିସର୍ଗ ଲେ-ଆଉଟରେ ଏକ ଫ୍ଲାଟରେ ଏକାକୀ ରହୁଥିଲେ । ସେହି ସୋସାଇଟିର ଅନ୍ୟ ବିଲ୍ଡିଂରେ ତାଙ୍କ ପୁଅ ଓ ଝିଅ ମଧ୍ୟ ରହୁଛନ୍ତି । ବୃଦ୍ଧାଜଣକ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମଧ୍ୟ ସକ୍ରିୟ ଭାବେ କାମ କରିଥିଲେ ।

ଗତକାଲି ତାଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା । ବୃଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ନିକଟରେ ଥିବା ଏକ ୧୦ ଲିଟର କ୍ଷମତା ବିଶିଷ୍ଟ ଡ୍ରମରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଆଜି କଲୋନୀ ବାସିନ୍ଦାଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ବୃଦ୍ଧାଙ୍କ ସହ ସମ୍ପର୍କ ଥିବା ଦୀନେଶ ନାମକ ଜଣେ ପରିଚିତ ବ୍ୟକ୍ତିକୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ପୋଲିସ କହିବା ଅନୁସାରେ, ବୃଦ୍ଧାଜଣକ ଏକକୀ ରହୁଥିବା କାରଣରୁ ତାଙ୍କ ଠାରୁ ଲୁଟ କରିବା ଉଦ୍ଦେଶ୍ୟରେ ହତ୍ୟାକାଣ୍ଡକୁ ରୂପ ଦିଆଯାଇଛି । ହେଲେ ମୃତଦେହକୁ ଏକାଧିକ ଖଣ୍ଡ କରି କଟା ଯାଇଥିବାରୁ, ଏଥିରେ ଏକାଧିକ ହତ୍ୟାକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି । ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ଅଟକ ରଖାଯାଇ ଜେରା କରାଯାଉଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button