ଅପରାଧ

ଭିଣେଇଙ୍କୁ ପିଟି ପିଟି ହତ୍ୟା କଲା ଶଳା – Ibnodisha

[ad_1]

ଗଞ୍ଜାମ : ଭିଣେଇଙ୍କୁ ପିଟି ପିଟି ହତ୍ୟା କଲା ଶଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଜେ.ସାମନ୍ତରାପୁର ଗ୍ରାମରେ। ମୃତକଙ୍କ ନାଁ ହେଉଛି ନେଲାରୀ ଗୌଡ଼। ସୂଚନା ଅନୁସାରେ ନେଲାରୀ ଓ ତାଙ୍କ ସ୍ତ୍ରୀ ଜାନକୀଙ୍କ ମଧ୍ୟରେ ପାରିବାରିକ କଥାକୁ ନେଇ ପ୍ରାୟ ସବୁବେଳେ ଝଗଡ଼ା ଲାଗିଥାଏ। ତେବେ ଗୁରୁବାର ରାତିରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହେଲେ ସେଦିନର ଝଗଡ଼ା ଅତି ସାଙ୍ଘାତିକ ହୋଇଥିଲା। ଏନେଇ ନେଲାରୀଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଜଣାଇଥିଲେ। ଜାନକୀଙ୍କ ବାପା ଓ ଦୁଇ ଭାଇ ଘରକୁ ଆସିଥିଲେ। ଶ୍ୱଶୁର ଘର ଲୋକ ଆସିବା କଥା ନେଲାରୀ ଜାଣିବା ପରେ ଭୟରେ ଘରେ ଲୁଚି ଯାଇଥିଲେ। ହେଲେ ନେଲାରୀ ଲୁଚିଥିବା ସ୍ଥାନକୁ ତାଙ୍କ ସ୍ତ୍ରୀ ଜାନକୀ ବାପା ଭାଇକୁ ଦେଖେଇ ଦେଇଥିଲେ।

ବାସ୍‌ ଏତିକିରେ ଶ୍ୱଶୁର ଓ ଦୁଇ ଶଳା ମିସିକି ନେଲାରୀଙ୍କୁ ସାଙ୍ଘାତିକ ମାଡ଼ ମାରିଥିଲେ। ଏ ଦୃଶ୍ୟ ସ୍ତ୍ରୀ ସବୁ ଦେଖୁଥାନ୍ତି ହେଲେ ଟିକେବି ପ୍ରତିବାଦ କଲେନାହିଁ। ନେଲାରୀଙ୍କୁ ନିଦ୍ଧୁର୍ମ ମାରିସାରିବା ପରେ ଶ୍ୱଶୁର ଓ ଦୁଇ ଶଳା ଘଟଣା ସ୍ଥଳରୁ ପଳାଇଥିଲେ। ନେଲଶରୀଙ୍କର ୮୦ ବର୍ଷୀୟା ବୃଦ୍ଧା ମା’ ଏନେଇ ଖବର ପାଇବା ପରେ ଘରକୁ ଆସିଥିଲେ। ଘରୁ ନେଲାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କାରି ଆଡ଼ପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଘରେ ଦୁଇ ଦିନ ରହିବା ପରେ ଶନୀବାର ଦିନ ୪ଟାରେ ନେଲାରୀଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଶନିବାର ସନ୍ଧ୍ୟାରେ ପାଟପୁର ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ହତ୍ୟାକାଣ୍ଡ ନେଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଥିଲା ପୁଲିସ। ଆଜି ସକାଳୁ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button