ମଦ ବ୍ୟବସାୟ କରୁଥିବା ନବଦମ୍ପତି ଗିରଫ – Ibnodisha

[ad_1]
ନୂଆଦିଲ୍ଲୀ: ବିହାରର ମୁଜଫରପୁରରେ ମଦ ବ୍ୟବସାୟ ମାମଲାରେ ନବଦମ୍ପତିଙ୍କୁ ଗିରଫ କରିଛି ପୁଲିସ । ଉକ୍ତ ନବଦମ୍ପତିଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗିରଫ ଦମ୍ପତି ମଦ ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିଲେ। ପଚରାଉଚରା ସମୟରେ ଦୁହେଁ ନିଜର ସଠିକ ନାମ ନକହି ମନକୁ ଯେଉଁ ନାମ ଆସୁଥିଲା ତାହାକୁ କହୁଥିଲେ। କଡ଼ା ଯାଞ୍ଚ ପରେ ନବଦମ୍ପତି ସତ ଓଗାଳିଥିଲେ। ନିଜର ନାମ ରାହୁଲ ଓ ଜୟା ବୋଲି କହିଥିଲେ। ପୁଲିସ କହିଛି କିଛିଦିନ ହେବ ଆମ ପାଖକୁ ଏକ ଫୋନ କଲ ଆସିଥିଲା। ଯେଉଁରେ ସୂଚନା ମିଳିଥିଲା କି ନବଦମ୍ପତି ଏକ ଦାମିକା କାରରେ ବୁଲିବୁଲି ବିଭିନ୍ନ ଠିକଣାରେ ଦାମି ମଦ ବିକ୍ରି କରୁଛନ୍ତି। ଏହି ସୂଚନା ପାଇବା ପରେ ପୁଲିସ ଯୋଜନା କରିଥିଲା।ପୁଲିସ ଗ୍ରାହକ ହୋଇ ଦମ୍ପତିଙ୍କ ଠାରୁ ମଦ ମଗାଇଥିଲା। ପୁଲିସ କହିଥିବା ଠିକଣାରେ ଯେମିତି ରାହୁଲ ଓ ଜୟା ପହଞ୍ଚିଥିଲେ ତୁରନ୍ତ ଦୁହିଁଙ୍କୁ କାବୁ କରି ନିଆଯାଇଥିଲା। ରାହୁଲ ଓ ଜୟା ନବଦମ୍ପତିଙ୍କୁ ବିଚାରବିଭାଗୀୟ ହେପାଜତରେ ରଖାଯାଇଛି। କୁହାଯାଉଛି କି ଯେଉଁ ଗାଡ଼ିରେ ବୁଲିବୁଲି ରାହୁଲ ମଦ ବ୍ୟବସାୟ କରୁଥିଲେ ତାହାକୁ ଜୟା ଯୌତୁକରେ ତାଙ୍କ ବାପଘରୁ ଆଣିଥିଲେ।
[ad_2]




