ଅପରାଧ

ଦୁର୍ଦ୍ଧାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର୍‌ – Ibnodisha

[ad_1]

ପୁରୀ: ବର୍ଷ ଶେଷ ବେଳକୁ ପୁରୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଧାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର ହୋଇଛି । ସତ୍ୟବାଦୀ ସୁଆଣ୍ଡୋ ସାଗର ସ୍ନାନ ମେଲଣ ପଡିଆ ନିକଟରେ ଏନକାଉଣ୍ଟର କରାଯାଇଥିଲା । କାଳୁର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଏଥିସହ ତା ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଥିଲା ପୋଲିସ । ତେବେ କାଳୁ ନାରେ ପୂର୍ବରୁ ପୁରୀ ସଦର ,ଚନ୍ଦନପୁର ଓ ସତ୍ୟବାଦୀ ଥାନାରେ ୧୮ ଟି ସଙ୍ଗୀନ ମାମଲା ରହିଛି । ଅଭିଯୁକ୍ତ ସଦର ଥାନା ଅଧୀନ ବାଟଗାଁର କାଳୁ ଭୋଳ ୨୦୧୯ ରୁ ଅପରାଧିକ ଜଗତରେ ପାଦ ଦେଇ ଲୁଟ,ରାହାଜାନୀ ,ଡକାୟତି ଭଳି ସଙ୍ଗୀନ ମାମଲାରେ ଜଡିତ ।

ସୂଚନା ମୁତାବକ, ଆଜିର ସତ୍ୟବାଦୀ ସାଗର ସ୍ନାନ ମେଳଣ ପଡ଼ିଆରେ ସେ ଏକ ବଡ ଧରଣର ଡ଼କାୟତି ଯୋଜନା କରୁଥିବାବେଳେ ପୋଲିସ୍ ଟିମ୍ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାକୁ କବୁ କରିବାକୁ ଚେଷ୍ଟା କରିଥିଲେ । ସେ ପ୍ରଥମେ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ପରେ ପୋଲିସ ପାଲଟା ଏନକାଉଣ୍ଟର କରିବାରୁ ତା ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ସତ୍ୟବାଦୀ ଥାନା ଆଇଆଇସି ବିଜୟକେତନ ବେହେରା ଓ ଏସଡିପିଓଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର କରାଯାଇଥିଲା । କାଳୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ଙ୍କ କହିବା ଅନୁଯାଇ ସେ ଏକ ମାମଲାରେ ଫେରାର ଥିବାରୁ ପୁଲିସ ତାକୁ ଧରିବାକୁ ଉଦ୍ୟମ କରିଥିଲା । ଏଥିସହ ଏହି ଏନକାଉଣ୍ଟରରେ ଜଣେ ସବ୍ ଇନ୍ସପେକ୍ଟର ସାମାନ୍ୟ ଆହତ ହୋଇଛନ୍ତି । ତଥା ଗତ ୧୧ ତାରିଖରେ ବ୍ରହ୍ମଗିରି ପଲଙ୍କର ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୁ ଓରଫ୍ ସନ୍ତୋଷ ବାରିକ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିଲ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button