ଅପରାଧ

ଆର୍ଥିକ ସମସ୍ୟା ଯୋଗୁ ନିଜ ପତ୍ନୀ ଓ ୭ ନାବାଳକ ଛୁଆଙ୍କୁ କୁରାଢ଼ିରେ ହାଣି ହତ୍ୟା – Ibnodisha

[ad_1]

ନୂଆଦିଲ୍ଲୀ : ଖାଇବାକୁ ଦେବାକୁ ଅସମର୍ଥ ହେବାରୁ ନିଜ ପତ୍ନୀ ଓ ୭ ନାବାଳକ ଛୁଆଙ୍କୁ କୁରାଢ଼ିରେ ହାଣି ହତ୍ୟା । ମୃତ ଛୁଆଙ୍କ ମଧ୍ୟରେ ୪ ପୁଅ ଓ ୩ ଝିଅ ଥିବା ଜଣାଯାଇଛି।ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏପରି ଅମାନବୀୟ ଘଟଣା ଘଟିଛି । ଏହି ଘଟଣାରେ ପୁଲିସ୍ ସଜ୍ଜାଦ ଖୋଖର ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ସେ ନିଜ ଦୋଷ ସ୍ବୀକାର କରି ସାରିଛନ୍ତି । ସଜ୍ଜାଦଙ୍କ କହିବାନୁଯାୟୀ, ଗତ କିଛି ଦିନ ହେବ ସେ ଖୁବ୍ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ସେ ବେରୋଜଗାର ହୋଇ ଯାଇଥିବା ବେଳେ ପତ୍ନୀ ଓ ୭ ପିଲାଙ୍କ ମୁହଁରେ ଦାନା ଦେବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏପରିକି ସବୁ ଟଙ୍କା ସରି ଯାଇଥିବାରୁ ପରିବାର କିପରି ପୋଷିବେ, ପିଲାଙ୍କ ମୁହଁରେ କିପରି ଦାନା ଦେବେ ସେହି ଚିନ୍ତା ତାଙ୍କୁ ଘାରିଥିଲା। ଏଥିପାଇଁ ସେ ନିଜ ପରିବାରକୁ ସମୂଳେ ନାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣ ଜଣ କରି କୁରାଢ଼ିରେ ହାଣି ପତ୍ନୀଙ୍କ ସମେତ ସବୁ ଛୁଆଙ୍କ ଜୀବନ ନେଇଥିବା ପୁଲିସ୍ ସମ୍‌ମୁଖରେ ସ୍ବୀକାର କରି ସାରିଛନ୍ତି l ପାକିସ୍ତାନରେ ଅର୍ଥନୀତିକ ସଙ୍କଟ ଉତ୍କଟ ହୋଇ ଯାଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲାଣି। ଏହାଦ୍ବାରା ମୁଖ୍ୟତଃ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଏପରିକି ଅର୍ଥନୀତିକ ସଙ୍କଟର ସମ୍‌ମୁଖୀନ ହୋଇ ସେମାନେ ନିଜ ପରିବାରକୁ ପୋଛି ଦେବାକୁ ପଛାଉ ନାହାନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button