ଦେଶ

ଗହମ କ୍ଷେତରେ ହେମା ମାଳିନୀ – Ibnodisha

[ad_1]

ମଥୁରା : ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ସମସ୍ତେ ନିଜ ନିଜ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ଏଭଳି ସ୍ଥିତିରେ ମଥୁରା ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। କ୍ରମାଗତ ଭାବରେ ହେମା ମାଳିନୀ ମଥୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏବେ ହେମା ମାଳିନୀ ଗହମ କ୍ଷେତରେ ନଜର ଆସିଛନ୍ତି। ହାତରେ ଦାଆ ଧରି ଗହମ କାଟୁଥିବା ଦେଖିବାକୁ ମିଳିଛି। ନିଜେ ହେମା ଏହି ଫଟୋକୁ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି। ବୁଧବାର ଖରାରେ ମଥୁରାର ଏକ କ୍ଷେତରେ ପହଞ୍ଚିଥିଲେ ଡ୍ରିମ୍ ଗାର୍ଲ ହେମା ମାଳିନୀ । ହାତରେ ଦାଆ ଧରି କ୍ଷେତରେ ମହିଳାଙ୍କ ସହ ମିଶି ଗହମ କାଟିଥିଲେ । ଏହି ସମୟରେ କିଛି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଏହି ଫଟୋକୁ ପୋଷ୍ଟ କରି ହେମା ମାଳିନୀ ଲେଖୁଛନ୍ତି ଯେ ଯେଉଁ ଚାଷୀଙ୍କ ସହିତ ସେ ୧୦ବର୍ଷ ହେଲାଣି ରହିଛନ୍ତି ଆଜି ତାଙ୍କ କ୍ଷେତକୁ ଯାଇ ଗହମ କାଟିଥିଲି। ସେମାନଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥ୍ଲି। ଏହି ସବୁ ଚାଷୀଙ୍କୁ ସେ ନିୟମିତ ସାକ୍ଷାତ କରୁଥିବା କହିଛନ୍ତି । ସୂଚନା ଅନୁସାରେ ହେମା ମାଳିନୀ ୨୦୧୪ଠାରୁ ମଥୁରାରୁ ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ଥର ତୃତୀୟ ଥର ପାଇଁ ଦଳ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଛି। ଏଥର ମଧ୍ୟ ହେମା ବିଜୟୀ ହେବେ ବୋଲି ଆଶା କରାଯାଉଛି । ମଥୁରାର ଲୋକମାନେ ତାଙ୍କ କାର୍ଯ୍ୟରେ ବହୁତ ଖୁସି ଥିବାବେଳେ ହେମା ମାଳିନୀ ଅଧିକାଂଶ ସମୟ ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button