ଦେଶ

ବିବାହ ପାଇଁ ଟିଭି ଆଙ୍କର୍ ଙ୍କୁ ଅପହରଣ କଲେ ଯୁବତୀ – Ibnodisha

[ad_1]

ହାଇଦ୍ରାବାଦ : ହାଇଦ୍ରାବାଦରେ ଘଟିଛି ଏକ ଅଜବ ଘଟଣା। ତେଲୁଗୁ ଟିଭି ଚ୍ୟାନେଲରେ ଆଙ୍କର୍ ଭାବରେ ପାର୍ଟ ଟାଇମ୍ କାମ କରୁଥିବା ପ୍ରଣବଙ୍କୁ ଫେବୃଆରୀ ୧୦ର ରାତିରେ ଅପପାଲ ଅଞ୍ଚଳରେ ଅପହରଣ କରାଯାଇଥିଲା। ପରଦିନ ସେ ସେମାନଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ଏବଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ସୂଚନା ଅନୁଯାୟୀ, ବିଜ୍‌ନେସ୍‌ଓ୍ୱୁମେନ୍‌ ଭୋଗୀ ରେଡ୍ଡୀ ତ୍ରିଶା। ସେ ଡିଜିଟାଲ୍‌ ମାର୍କେଟିଂ ବ୍ୟବସାୟ କରୁଥିବା ୫ଟି ଷ୍ଟାର୍ଟଅପ୍‌ କମ୍ପାନିର ପରିଚାଳନା ନିର୍ଦେଶିକା ଅଛନ୍ତି। ମାଟ୍ରିମୋନି ସାଇ‌ଟ୍‌ରେ ଟିଭି ଆଙ୍କର୍‌ ପ୍ରଣବ ସିସ୍ତଲାଙ୍କ ଫଟୋ ଦେଖିଥିଲେ। ପ୍ରାୟ ୨ ବର୍ଷ ତଳୁ ତାଙ୍କ ସହିତ ସେ ଚାଟିଂ କରି ଆସୁଥିଲେ। କିନ୍ତୁ, ପରେ ତ୍ରିଶା ଜାଣିପାରିଲେ ଯେ, ମାଟ୍ରିମୋନି ସାଇଟ୍‌ରେ ଅସଲ ଆକାଉଣ୍ଟ୍‌ ହୋଲ୍ଡର ନିଜ ଫଟୋ ନ ଦେଇ ପ୍ରୋଫାଇଲ୍‌ ପିକ୍‌ଚର୍‌ ଭାବେ ଟିଭି ଆଙ୍କର୍‌ ସିସ୍ତଲାଙ୍କ ଫଟୋ ବ୍ୟବହାର କରିଛନ୍ତି। ପରେ ମଧ୍ୟ ତ୍ରିଶା ଟିଭି ଆଙ୍କରଙ୍କ ପାଖକୁ ମେସେଜ ପଠାଇବା ଜାରି ରଖିଥିଲେ। ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ସିସ୍ତଲା ତ୍ରିଶାଙ୍କ ବିବହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ତାଙ୍କ ଫୋନ୍‌ ନମ୍ବର ବ୍ଲକ କରିଦେଇଥିଲେ। ବାସ୍ ଏତିକିରେ ରାଗିଯାଇଥିଲେ ଯୁବତୀ ଜଣକ। ଶେଷରେ ଆପଣାଇଥିଲେ ଅପହରଣର ରାସ୍ତା। ବିବାହ କରିବା ପାଇଁ ଟିଭି ଆଙ୍କର୍‌ଙ୍କୁ ଉଠାଇ ନେଇ ଥିଲେ,ହେଲେ ଶେଷରେ ସେ ଏବେ ଧରା ପଡିଛନ୍ତି। ତାଙ୍କୁ ପୁଲିସ ଗିରଫ କରିଛି।

 

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button