ଦେଶ

ଛାଡ଼ପତ୍ର ପାଇଁ ମହିଳାଙ୍କ ହୀନ ଚକ୍ରାନ୍ତ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଚେନ୍ନାଇ: ଡାକ୍ତରୀ ରେକର୍ଡ ଜାଲ୍ କରିବା ଏବଂ ସ୍ୱାମୀଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିବାକୁ ନେଇ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ ଜଣେ ମହିଳା । ୬ ବର୍ଷ ତଳେ ଚେନ୍ନାଇ ସହରର ଜଣେ ମହିଳା ଡାକ୍ତରୀ ରେକର୍ଡ ଜାଲ୍ କରିବା ଲହ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଝିଅସହ ଦୁଷ୍କର୍ମ କରିଥିବା ମିଥ୍ୟା ଅଭିଯୋଗ ଆସିଥିଲା । ଏବେ ଏହି ଅଭିଯୋଗରେ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଚେନ୍ନାଇର ଏକ ପକ୍ସୋ ଅଦାଲତ । ୨୦୧୯ ଅଗଷ୍ଟ ୨୦ତାରିଖରେ ମାଡ୍ରାସ ହାଇକୋର୍ଟ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବା ସହ ମହିଳାଙ୍କ ବିରୋଧରେ ପୋକ୍ସୋ କୋର୍ଟରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟ ଏକ ବନ୍ଦ କୋଠରୀରେ ଝିଅର ବୟାନ ରେକର୍ଡ କରିଥିଲେ । ଏହାପରେ ଖଣ୍ଡପୀଠ ନିଶ୍ଚିତ କରିଥିଲେ ଯେ ଅଭିଯୋଗକାରୀ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଡାକ୍ତରୀ କାଗଜପତ୍ର ଜାଲ୍ କରିଛନ୍ତି । ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲାର ସମ୍ମୁଖୀନ ହେଉଥିବା ବେଳେ ମହିଳା ଜଣକ ଏଭଳି ଘୃଣ୍ୟ କାଣ୍ଡ ଘଟାଇଥିଲେ । ଏବେ ସେମାନଙ୍କ ଛାଡ଼ପତ୍ର ହୋଇସାରିଛି । ମେଡିକାଲରେ ପୁଣି ସାମ୍ନାକୁ ଆସିଲା ସତ । ଟିଓଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାଇକୋର୍ଟ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ପରିସ୍ରା ରିପୋର୍ଟ ଏବଂ ଡାକ୍ତରଙ୍କ ବୟାନ ସବୁ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ । ମିଛର ପ୍ୟାକେଟ୍ ହୋଇଥିଲେ ମଧ୍ୟ ସ୍ୱାମୀଙ୍କୁ ସାରା ଜୀବନ ଜେଲରେ ରଖିବା ପାଇଁ ସେ କରିଥିବା ଡାକ୍ତରୀ ରିପୋର୍ଟ ଯଥେଷ୍ଟ ଥିଲା । ମହିଳା ଜଣକ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ମେଡିକାଲ ସେଣ୍ଟରରୁ ଏହି କାଗଜପତ୍ର ହାସଲ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button