ଦେଶ

୨ୟ ‘ଡିବୁଷ୍ଟିଙ୍ଗ୍‌’ ସଫଳ: ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର୍‌ ଦୂରରେ ‘ଲ୍ୟାଣ୍ଡର୍‌ ବିକ୍ରମ’ – Ibnodisha

[ad_1]

ବେଙ୍ଗାଲୁରୁ: ଶନିବାର ରାତି ୧:୫୪ରେ ସଫଳତାର ସହିତ ଚନ୍ଦ୍ରଯାନ-୩ର ଦ୍ବିତୀୟ ପର୍ଯ୍ୟାୟ ‘ଡିବୁଷ୍ଟିଙ୍ଗ୍‌’ (ବେଗ ହ୍ରାସ ପ୍ରକ୍ରିୟା) ଓ ତଥା ଚୂଡ଼ାନ୍ତ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ କରିଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।

କକ୍ଷପଥର ଆକାର ହ୍ରାସ କରାଯିବା ପରେ ସମ୍ପ୍ରତି ‘ଲ୍ୟାଣ୍ଡର୍‌ ବିକ୍ରମ୍‌’ ଚନ୍ଦ୍ରଠାରୁ ୨୫x୧୩୪ କିଲୋମିଟର୍‌ ଦୂର କକ୍ଷ ପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ (ଟୁଇଟ୍‌) କରି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି: ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍‌କୁ କମାଇ ଦେଇଛି। ‘ମଡ୍ୟୁଲ୍‌’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍‌ ୫.୪୫ରେ ଅବତରଣ ପ୍ରକ୍ରିୟା (ପାୱାର୍‌ ଡିସେଣ୍ଟ୍‌) ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

Image Courtesy of India Today

‘ଲ୍ୟାଣ୍ଡର୍‌ ବିକ୍ରମ’ ଓ ‘ରୋଭର୍‌ ପ୍ରଜ୍ଞାନ’ ସହିତ ଏହି ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିବ।

ସୂଚନାଯୋଗ୍ୟ, ଅଗଷ୍ଟ ୧୮ ତାରିଖ ଅପରାହ୍ଣ ୪ଟା ବେ‌ଳେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର ପ୍ରଥମ ‘ଡିବୁଷ୍ଟିଙ୍ଗ୍‌’ ସମ୍ପନ୍ନ ହେବା ପରେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର କକ୍ଷପଥ ୧୧୩ କିଲୋମିଟର୍‌ x ୧୫୭ କିଲୋମିଟର୍‌କୁ ହ୍ରାସ ପାଇଥିଲା। ସେତେବେଳେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର ଅବସ୍ଥା ସ୍ବାଭାବିକ ଥିଲା।

ଭାରତର ଏହି ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ ଜୁଲାଇ ୧୪ ତାରିଖ ଦିନ ଆରମ୍ଭ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button