ବଲିଉଡ୍ କଳାକାରଙ୍କୁ ଜେଲ୍ଦଣ୍ଡ : ତାଲିକା ଛୋଟ ନୁହେଁ – Ibnodisha

[ad_1]

ନିକଟରେ ବର୍ଷୀୟାନ୍ ଅଭିନେତ୍ରୀ ଜୟାପ୍ରଦାଙ୍କୁ ଇଏସ୍ଆଇ ଫଣ୍ଡସ୍ ମାମଲାରେ ପାଞ୍ଚ ହଜାର ଟଙ୍କା ଜରିମାନା ସହ ଛ’ ମାସ ପାଇଁ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କ ବ୍ୟତୀତ ତାଙ୍କର ସହଯୋଗୀ ରାମ କୁମାର ଓ ରାଜା ବାବୁଙ୍କୁ ମଧ୍ୟ ସମାନ ଅପରାଧିକ ମାମଲାରେ ଜେଲ୍ ଦଣ୍ଡାଦେଶ ହେଇଛି। ଚେନ୍ନାଇ ହାଇକୋର୍ଟ ଏମାନଙ୍କ ପାଇଁ ଏଭଳି ରାୟ ଶୁଣାଣି କରିଛନ୍ତି।
ତେବେ, ଏହିଭଳି ଜେଲ୍ଦଣ୍ଡ ପାଇଥିବା ଅଭିନେତା ବା ଅଭିନେତ୍ରୀ ତାଲିକାରେ ଜୟାପ୍ରଦା ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ବହୁ ଅଭିନେତା ଓ ଅଭିନେତ୍ରୀ ବିଭିନ୍ନ କାରଣରୁ ଜେଲ୍ଦଣ୍ଡ ଯାଇଛନ୍ତି ଅଥବା ଜେଲ୍ଦଣ୍ଡ ଭୋଗିଛନ୍ତି। ଯେମିତିକି ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୁବାବୁ ନବେ ଦଶକର ବେଶ୍ ଲୋକପ୍ରିୟ ତାରକା। ୧୯୯୧-୯୩ ମସିହା ମୁମ୍ବାଇ ବିସ୍ଫୋରଣ ସମୟରେ ଘରେ ବେଆାଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିେଯାଗରେ ଟାଡା ଆଇନ୍ ବଳରେ ସେ ଗିରଫ ହୋଇଥିଲେ। ଏଥିପାଇଁ ତାଙ୍କୁ ପାଞ୍ଚ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନିଜର ଜେଲ୍ଦଣ୍ଡ ପୂରଣ ହେବା ପରେ ୨୦୧୬ ମସିହା ଫେବ୍ରୁଆରି ମାସରେ ସେ ମୁକୁଳିଥିଲେ। ଏବେ ପୁଣିଥରେ ସଞ୍ଜୟ ଦତ୍ତ ପରଦା ଦୁନିଆରେ ପାଦ ଦେଇଛନ୍ତି। ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ଅଭିନେତା ସଲ୍ମାନ୍ ଖାନ୍। ତାଙ୍କର ପ୍ରତିଟି ଫିଲ୍ମରେ କ୍ରେଜ୍ ଥାଏ ଏବଂ ଦର୍ଶକ ଆଗ୍ରହର ସହିତ ତାଙ୍କ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି। ୧୯୯୯ ମସିହାରେ ରାଜସ୍ଥାନରେ ‘ହମ୍ ସାଥ୍ ସାଥ୍ ହୈ’ ସୁଟିଂ ସମୟରେ ସେ ଦୁଇଟି ବଡ଼ ଅପରାଧ ସହିତ ଜଡ଼ିତ ହୋଇଯାଇଥିଲେ। ଗୋଟିଏ ହେଉଛି ‘ହିଟ୍ ଆଣ୍ଡ ରନ୍’ ମାମଲା ଏବଂ ଅନ୍ୟଟି ହେଉଛି କୃଷ୍ଣସାର ମୃଗ ଶିକାର। ବର୍ଷ ବର୍ଷ ଧରି ସେ ଏହି ମାମଲାରେ ଛନ୍ଦି ହୋଇଯାଇଥିଲେ।
ସଲ୍ମାନ୍ଙ୍କ ସହିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜଡ଼ିତ ଥିବା ସୈଫ୍ ଅଲ୍ଲୀ ଖାନ୍ ଏଥିରୁ ଛାଡ଼ ପାଇଥିଲେ ମଧ୍ୟ ତାଜ୍ ହୋଟେଲରେ ଜଣେ ବ୍ୟକ୍ତିଙ୍କୁ ମୁଥ ମାରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସେହି ଆହତ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍କୁ ଯାଇଥିଲେ ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କୁ କିଛି ସମୟ ଜେଲ୍ରେ ରହିବାକୁ ପଡ଼ିଥିଲା। ଅଭିନେତା ଜନ୍ ଆବ୍ରାହମ୍ଙ୍କର ବାଇକ୍ ପ୍ରତି ଅହେତୁକ ଆକର୍ଷଣ ଥିବା କଥା ସମସ୍ତେ ଜାଣନ୍ତି। ତାଙ୍କ ପାଖରେ ବହୁ ନାମୀଦାମୀ ବାଇକ୍ ରହିଛି। ଅନେକ ସମୟରେ ମୁମ୍ବାଇ ରାଜରାସ୍ତାରେ ସେ ବାଇକ୍ ଧରି ବୁଲୁଥିବାର ଦେଖିବାକୁ ମିଳିଥାଏ। ୨୦୦୬ ମସିହାରେ ଏମିତି ବାଇକ୍ ଚଳାଉଥିବା ବେଳେ ସେ ନିୟନ୍ତ୍ରଣ ହରାଇ ଦୁଇଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏଥିପାଇଁ ମାମଲା ରୁଜୁ ହୋଇଥିଲା। ଏଥିପାଇଁ ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଥିଲା।
ବଲିଉଡ୍ର ଅନ୍ୟତମ ସୁପରହିରୋ ଅକ୍ଷୟ କୁମାର। ସେ ଅନେକ ସଫଳ ସିନେମାର ନାୟକ। ୨୦୦୯ ମସିହା ଲକ୍ମେ ଫେସନ୍ ୱିକ୍ ସମୟରେ ନିଜର ଲେଖିକା ଓ ଅଭିନେତ୍ରୀ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନାଙ୍କଠାରୁ ଏକ ଅସୌଜନ୍ୟମୂଳକ କାର୍ଯ୍ୟ ଦାବି କରିଥିଲେ। ଏଥିପାଇଁ ବଲିଉଡ୍ର ଖିଲାଡ଼ିଙ୍କୁ କିଛି ସମୟ ଜେଲ୍ରେ ରହିବାକୁ ପଡ଼ିଥିଲା ଏବଂ ତାଙ୍କୁ ସଙ୍ଗେସଙ୍ଗେ ଜାମିନ୍ ମିଳିଯାଇଥିଲା। ନବେ ଦଶକର ଅନ୍ୟତମ ‘ଆକ୍ସନ୍ ହିରୋ’ ସୁନୀଲ ସେଟ୍ଟୀ। ସେ ଜଣେ ସଫଳ ବ୍ୟବସାୟୀ ବୋଲି କ୍ବଚିତ୍ ଜାଣନ୍ତି। ତେବେ, ଏକ ଚେକ୍ ବାଉନ୍ସ ମାମଲାରେ ସେ ଫସିଯାଇ ଜେଲ୍ ଯାଇଥିଲେ। ଲିଜେଣ୍ଡାରି ଅଭିନେତା ଫିରୋଜ ଖାନ୍ଙ୍କ ପୁଅ ଫର୍ଦିନ ଖାନ୍। ୧୯୯୮ ମସିହାରେ ସେ ‘ପ୍ରେମଆଜ୍ଞା’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ପଦାର୍ପଣ କରିଥିଲେ ଏବଂ ଶ୍ରେଷ୍ଠ ନବାଗତ ନାୟକ ଭାବେ ‘ଫିଲ୍ମ ଫେୟାର୍ ପୁରସ୍କାର’ ଲାଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଏତେଟା ସଫଳ ହୋଇ ନ ଥିଲେ। କିଛିବର୍ଷ ପରେ ସେ କୋକେନ୍ ଏବଂ ଯୋଗାଣ ଅଭିଯୋଗରେ ଗିରଫ ହୋଇଥିଲେ।
୨୦୦୫ ମସିହାରେ ‘ହଜାରେଁା ଖ୍ବାଇସି ଐସି’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍କୁ ଆସିଥିଲେ ସିନି ଆହୁଜା। ଅଭିନୟ ମାଧ୍ୟମରେ ସେ ଖୁବ୍ ଲୋକପ୍ରିୟତା ପାଇଥିଲେ। ଏହାପରେ ସେ ‘ଗ୍ୟାଙ୍ଗ୍ଷ୍ଟର୍’, ‘ୱ ଲମ୍ହେ’, ‘ଲାଇଫ୍ ଇନ୍ ଏ ମେଟ୍ରୋ’, ‘ଭୁଲ୍ ଭୁଲେୟା’ ଭଳି ସଫଳ ସିନେମାରେ ଅଭିନୟ କରିଥିଲେ। ହେଲେ ସେ ଏକ ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଥିଲେ, ଅବଶ୍ୟ ପରେ ତାଙ୍କ ବିରୋଧରେ ଥିବା ସେହି ମାମଲା ପ୍ରତ୍ୟାହୃତ ହୋଇଥିଲା।
ଅଭିନେତା ଆଦିତ୍ୟ ପାଞ୍ଚୋଲି ଅଭିନୟ ପାଇଁ ଯେତିକି ନୁହେଁ, ବିବାଦ ପାଇଁ ସେତିକି ଚର୍ଚ୍ଚାରେ ରହିଛନ୍ତି। ମୁମ୍ବାଇସ୍ଥିତ ଏକ ହୋଟେଲରେ ଏକଦା ସେ ଜଣେ ବାଉନ୍ସରଙ୍କୁ ଖରାପ ଆଚରଣ କରିଥିଲେ। ସେଥିପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଡ଼ିଥିଲା ଏବଂ ପରେ ସେ ଜାମିନ୍ରେ ଆସିଥିଲେ।
ଅଭିନେତ୍ରୀ କଙ୍ଗ୍ନା ରାଣାୱତ୍ ମଧ୍ୟ ବିଭିନ୍ନ ସମୟରେ କାଠଗଡ଼ାକୁ ଆସିଛନ୍ତି। ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଅଭିଯୋଗ ହୋଇଛି।
ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ପାଞ୍ଚୋଲି। ରିପୋର୍ଟ ଅନୁସାରେ, ସୂରଜ ଓ ଅଭିନେତ୍ରୀ ଜିଆ ଖାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। ୨୦୦୮ ମସିହାରେ ଅମୀର ଖାନଙ୍କ ଚଳଚ୍ଚିତ୍ର ‘ଗଜନୀ’ରେ ଜିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୩ ମସିହା ଜୁନ୍ ମାସରେ ଏହି ଅଭିନେତ୍ରୀ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା। ତେବେ, ପରେ ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦେଶରେ ମୁକୁଳାଇ ଦେଇଛନ୍ତି।
[ad_2]