ମନୋରଞ୍ଜନ

ଲଗାତର ୨ଟି ୫୦୦ କୋଟି ଟଙ୍କିଆ ସିନେମା ଦେବାରେ ଶାହରୁଖ୍‌ ପାଲଟିବେ ପ୍ରଥମ ଅଭିନେତା – Ibnodisha

[ad_1]

ମୁମ୍ବାଇ: ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ସିନେମା ହଲ୍‌ରେ ଇତିହାସ ସୃଷ୍ଟି କରିଛି। ରିଲିଜ୍‌ ହେବା ଦିନରୁ ପ୍ରଶଂସକଙ୍କର ଜବରଦସ୍ତ ମନୋରଞ୍ଜନ କରାଉଥିବା ଏହି ସିନେମାଟି ପ୍ରଥମ ଦିନରୁ ଯାଦୁ ଦେଖାଇବା ଆରମ୍ଭ କରି ଦେଇଥିଲା। ପ୍ରଥମ ଦିନରେ ହିଁ ରେକର୍ଡ ବ୍ରେକର୍‌ ରୋଜଗାର କରି ଆଗକୁ ବଢ଼ିଥିଲା କିଙ୍ଗ୍‌ ଖାନ୍‌ଙ୍କ ସିନେମା ‘ଯବାନ’।

ପ୍ରଥମ ସପ୍ତାହରେ ଖୁବ୍ ଭଲ ରୋଜଗାର କରିବା ପରେ ଦ୍ବିତୀୟ ସପ୍ତାହନ୍ତରେ ୮୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଏହି ଫିଲ୍ମ ସୋମବାର ବି ମସ୍ତ ରୋଜଗାର କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି କି ଫିଲ୍ମଟି ଦ୍ବାଦଶ ଦିନରେ ୧୫ରୁ ୧୭ କୋଟି ଟଙ୍କା ଆୟ କରିଛି। ଏହାସହିତ ଜାଣିରଖନ୍ତୁ ‌ଯେ, ଭାତରେ ‘ଯବାନ’ ୪୯୩ କୋଟି ଟଙ୍କା ନେଟ କଲେକ୍ସନ କରି ସାରିଲାଣି।

ଆଜିର ଆୟ ମିଶିବା ପରେ ଏହା ଖୁବ୍ ସହଜରେ ୫୦୦ କୋଟି ଟଙ୍କାର ବେପାର ପାର୍‌ କରିବ। ଏହି ଫିଲ୍ମଟି ୫୦୦ କୋଟି ଟଙ୍କାର ବେପାର କରିବା ପରେ ଶାହରୁଖ୍‌ ବନିବେ ପ୍ରଥମ ଭାରତୀୟ ଅଭିନେତା, ଯାହାଙ୍କର ଲଗାତର ୨ଟି ଯାକ ଫିଲ୍ମ ୫୦୦ କୋଟି ଟଙ୍କାର ରୋଜଗାର ପାର୍‌ କରିବ। ଆପଣ ଜାଣନ୍ତି ଯେ ଏହା ପୂର୍ବରୁ କିଙ୍ଗ୍‌ ଖାନ୍‌ଙ୍କ ଅଭି‌ନୀତ ଫିଲ୍ମ ‘ପଠାନ୍‌’ ଚଳିତବର୍ଷ ଆରମ୍ଭ‌ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମଟି ମଧ୍ୟ ୫୦୦ କୋଟ ଟଙ୍କା ଉପରେ ଆୟ କରି ରେକର୍ଡ କରିଥିଲା। ତେବେ ଶାହରୁଖଙ୍କ ଏହି ଫିଲ୍ମଟି ଏବେ ଭିତରେ ୫୦୦ କୋଟି ଟଙ୍କା ଆୟ କରି ସାରିଲାଣି ଯେହେତୁ, ‌ଏହା ୧୦୦୦ କୋଟି ଟଙ୍କାକୁ ଛୁଇଁପାରେ ବୋଲି ଆଶା କରାଯାଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button