ମନୋରଞ୍ଜନ

ଭେନିସ୍‌ରେ ଫସିଗଲେ ତାନ୍ୟା! ‘ଲୁଫଥାନ୍‌ସା’ର ଖରାପ ଗ୍ରାହକ ସେବା ଯୋଗୁଁ ଅଯଥା ଖର୍ଚ୍ଚାନ୍ତ – Ibnodisha

[ad_1]

ଲୋକପ୍ରିୟ ଭାରତୀୟ ୟୁଟ୍ୟୁବର୍‌ ତାନ୍ୟା ଖାନିଜୌ ବିଦେଶ ବୁଲିବା ବେଳେ ଲୁଫଥାନ୍‌ସା ଏଆର୍‌ଲାଇନ୍‌ସର ଖରାପ ଗ୍ରାହକ ସେବା ଯୋଗୁଁ ଇଟାଲିର ଭେନିସ୍‌ରେ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି। ସେ ଫିନ୍‌ଲାଣ୍ଡର ହେଲସିଙ୍କିରୁ ଭେନିସ୍‌ ଆସିଗଲେ ସିନା, କିନ୍ତୁ ତାଙ୍କ ଆସବାବପତ୍ର ହେଲସିଙ୍କିରେ ଅଟକିଗଲା। ବ୍ୟାଗ୍‌ ପହଞ୍ଚିବାରେ ଅହେତୁକ ବିଳମ୍ବ ହେବା କାରଣରୁ ତାନ୍ୟା ଭେନିସ ସହରରେ ତିନି ଦିନରୁ ଅଧିକ ଅଟକି ରହିଲେ। ସେଥିପାଇଁ ଅଯଥାରେ ଖର୍ଚ୍ଚାନ୍ତ ହେବାର ଅଭିଜ୍ଞତା ତାନ୍ୟା ତାଙ୍କ ‘ଏକ୍ସ’ (ପୂର୍ବର ଟ୍ବିଟର) ପୃଷ୍ଠାରେ ପ୍ରକାଶ କରିଛନ୍ତି। ସେ ଦୁଇ ଦିନ ପାଇଁ ରାତିକୁ ୧୫ ହଜାର ଟଙ୍କା ଭଡ଼ା ଦେଇ ହୋଟେଲ୍‌ରେ ରହିବା ପରେ ତୃତୀୟ ରାତିରେ ସେ ବାଧ୍ୟ ହୋଇ ଖର୍ଚ୍ଚ କମାଇବାକୁ ୧୦ ହଜାର ଟଙ୍କିଆ ହୋଟେଲ୍‌ରେ ରହିଥିଲେ। ତାନ୍ୟାଙ୍କ କହିବା କଥା, ଲୁଫଥାନ୍‌ସା ପକ୍ଷରୁ ତାଙ୍କୁ ପ୍ରଥମେ ଜଣାଇ ଦିଆଯାଇଥିଲା ଯେ ତାଙ୍କ ଆସବାବପତ୍ର ହେଲସିଙ୍କିରେ ରହିଯାଇଛି ଏବଂ ତାହା ଶୀଘ୍ର ପଠାଇ ଦିଆଯିବ।

ମାତ୍ର ପ୍ରଥମ ଦିନର ଅପେକ୍ଷା ପରେ ବି ତାହା ପଠାଯାଇନଥିଲା। ତା’ ପରଦିନ ବି ନିଜ ବ୍ୟାଗ୍ ନ ପାଇ ସେ ନିରାଶ ହୋଇଥିଲେ। ରହଣିର ତୃତୀୟ ଦିନ ତାନ୍ୟା ତାଙ୍କର ଏହି ତିକ୍ତ ଅନୁଭୂତି ବାଣ୍ଟିଲା ପରେ ସାମାଜିକ ଗଣମାଧ୍ୟମରେ ମିଶ୍ରିତ ଟିପ୍ପଣୀ ସବୁ ଆସିବାରେ ଲାଗିଛି। କେହି କେହି ତାଙ୍କର ଏପରି ଅଯଥା ବ୍ୟବବହୁଳ ରହଣି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ଆଉ କିଛି ଲୋକ ଭେନିସ୍‌ରେ ଆହୁରି ଶସ୍ତା ରହଣି ସୁବିଧା ଉପଲବ୍‌ଧ ବୋଲି କହିଛନ୍ତି।

ଅପରପକ୍ଷେ, ସେ ଲୁଫଥାନ୍‌ସା କର୍ତ୍ତୃପକ୍ଷଙ୍କୁ ହେଲସିଙ୍କିରେ ହିଁ ତାଙ୍କ ଆସବାବପତ୍ର ରଖିବାକୁ ପ୍ରସ୍ତାବ ଦେଇ ଫେରିଲା ବେଳେ ତାହାକୁ ନେଇପାରିଥା’ନ୍ତେ ବୋଲି ଜଣେ ପରାମର୍ଶ କରିଛନ୍ତି। ତାନ୍ୟା ନିଜକୁ ଜଣେ ପେସାଦାର ବିଶ୍ବ ଭ୍ରମଣକାରୀ କୁହନ୍ତି। ତାଙ୍କ ୟୁଟ୍ୟୁବ୍‌ରେ ୧୨.୪ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମରେ ୭.୪୩ ଲକ୍ଷ ଅନୁଗାମୀ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button