ରାଜ୍ୟ

ଆଜିର ଅନୁଚିନ୍ତା – Ibnodisha

[ad_1]

ଯେଉଁ ଜୀବନରେ ସମସ୍ଯା ନାହିଁ ସେ ଜୀବନ ଜୀବନ ନୁହେଁ,ସମସ୍ଯାକୁ ମୁକାବିଲା କରିବାର ସାମର୍ଥ୍ୟ ମଣିଷର ରହିବା ଉଚିତ୍ ।
ଔଷଧ ପକେଟରେ ନୁହେଁ,ତାହା ଶରୀର ଭିତରକୁ ଗଲେ କାମ କରିଥାଏ ।ଠିକ୍ ସେହିପରି ଭଲ ବିଚାର ମୋବାଇଲ୍ ଭିତରେ ନୁହେଁ,ନିଜ ହୃଦୟକୁ ଗଲେ ଜୀବନ ସଫଳ ହୋଇଥାଏ ।

ନିଜର ମନ କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ —- କେତେବେଳେ କିଏ ବଦଳି ଯିବ କିଛି ଭରଷା ନାହିଁ — ।

ମଣିଷର ମୃତ୍ୟୁ ପରେ ସ୍ତ୍ରୀ ଘରର ଅଗଣା ପର୍ଯ୍ୟନ୍ତ,ସମାଜ ଶ୍ମଶାନ ପର୍ଯ୍ୟନ୍ତ ଓ ପୁତ୍ର ମୁଖାଗ୍ନି ପର୍ଯ୍ୟନ୍ତ ଯିବେ ହେଲେ ଆପଣଙ୍କ କର୍ମ ଭଗବାନଙ୍କ ପର୍ଯ୍ୟନ୍ତ ଯିବ ।

ଯେତେ ତୀର୍ଥ ଜାଗାକୁ ଗଲେ ବି,ଯେତେ ଭକ୍ତିରେ ପୂଜା କଲେ ବି,ଯଦି କର୍ମ ଓ ବ୍ୟବହାର ଭଲ ନ ଥାଏ,ତେବେ ସେଗୁଡିକର କିଛି ବି ମହତ୍ତ୍ୱ ରହିବ ନାହିଁ ।

ଦୁଃଖ କହିବା ଓ ଶୁଣିବା ଭିତରେ ଅନେକ ଫରକ ଥାଏ,କାହିଁକି ନା ଦୁଃଖ ଶୁଣୁଥିବା ଲୋକଟି କେବଳ ଅନୁଭବ କରିଥାଏ,କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗେ ନିଭାଇ ଥାଏ ।

ନିଜର ସ୍ବାଧୀନ ଚିନ୍ତା,ସ୍ବାଧୀନ ଅଭ୍ୟାସ ଓ ସ୍ବାଧୀନ ମତକୁ ବଳି ଦେଇ ପରବଶତା ଅବଲମ୍ବନ କରିବା ଠାରୁ ଘୋର ଦୁଃଖ ଆଉ କିଛି ନାହିଁ ।

ଅଦ୍ୟ ସେପ୍ଟେମ୍ବର ମାସ ୦୯ ତାରିଖ ୨୦୨୩ ମସିହା(ଶନିବାର)*

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ପିଙ୍ଗଳ

ଭାଦ୍ରମାସ- କୃଷ୍ଣପକ୍ଷ

ତିଥି- ଦଶମୀ ରାତ୍ରି ଘ୦୭/୦୨ ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ

ନକ୍ଷତ୍ର- ଆର୍ଦ୍ରା ଦିବା ଘ ୦୨/୫୩ ପର୍ୟ୍ୟନ୍ତ ତଦନ୍ତେ ପୁନର୍ବସୁ

ଚନ୍ଦ୍ର-ମିଥୁନ

ଯୋଗ- ବ୍ୟତିପାତ

କରଣ – ବାଣିଜ୍ୟ

ସୌରମାସ- ସିଂହ ୨୪ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୩୮

*✧═════•❁❀

ଯୋଗିନୀ ଉତ୍ତରେ ରାତ୍ରି ଘ୦୭/୦୨ ପର୍ୟ୍ୟନ୍ତ ତଦନ୍ତେ ଅଗ୍ନିକୋଣେ

ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କନ୍ୟା ରାଶିର ଘାତ ଚନ୍ଦ୍ର

ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଦିବା ଘ୦୪/୧୭ ଗତେ ଘ୦୫/୫୦ ମଧ୍ୟେ

ବାରବେଳା – ଦିବା ଘ୦୧/୧୨ ଗତେ ଘ୦୨/୫୫ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୩୭ ଗତେ ଘ୧୨/୪୯ ମଧ୍ୟେ ଓ ରାତ୍ରି ଘ୦୮/୧୪ ଗତେ ଘ୧୦/୪୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଆଜିର ରାଶିଫଳ*

ମେଷ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*

✧═════•❁❀❁•═════✧

ବୃଷ
ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*

✧═════•❁❀❁•═════✧

ମିଥୁନ
ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

✧═════•❁❀❁•═════✧

କର୍କଟ
ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

✧═════•❁❀❁•═════✧

ସିଂହ
ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*

✧═════•❁❀❁•═════✧

କନ୍ୟା
ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।*

✧═════•❁❀❁•═════✧

ତୁଳା
ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*

✧═════•❁❀❁•═════✧

ବିଛା
ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*

✧═════•❁❀❁•═════✧

ଧନୁ
ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*

✧═════•❁❀❁•═════✧

ମକର
ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*

✧═════•❁❀❁•═════✧

କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।*

✧═════•❁❀❁•═════✧

ମୀନ
ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button