ଦେଶ

ଆଜିଠୁ ଜି୨୦ ମହାକୁମ୍ଭ – Ibnodisha

[ad_1]

ନୂଆଦିଲ୍ଲୀ: ଅଷ୍ଟାଦଶ ଜି୨୦ ମହାକୁମ୍ଭ ପାଇଁ ରାଜଧାନୀ ଦିଲ୍ଲୀ ପ୍ରସ୍ତୁତ ହୋଇ ରହିଛି । ଦିଲ୍ଲୀକୁ ଏକ ନବବଧୂ ଭଳି ସଜେଇ ଦିଆଯାଇଛି । ଅଦଭୂତପୂର୍ବ ସାଜସଜ୍ଜା ଯୋଗୁଁ ଦିଲ୍ଲୀର ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ଦୁଇଦିନିଆ ଶିଖର ସମ୍ମିଳନୀରେ ଯୋଗଦେବାକୁ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷମାନେ ଭାରତରେ ପହଞ୍ଚିବାରେ ଲାଗିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ସନ୍ଧ୍ୟାରେ ଭାରତ ପହଞ୍ଚିଛନ୍ତି । ଶୁକ୍ରବାର ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ତାଙ୍କ ଏୟାର୍‌ଫୋର୍ସ ୱାନ୍ ବିମାନ ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ଅବତରଣ କରିଥିଲା । କେନ୍ଦ୍ରୀୟ ମନ୍ତ୍ରୀ ଜେନେରାଲ୍ ବିକେ ସିଂହ ତାଙ୍କୁ ସେଠାରେ ସ୍ୱାଗତ କରିଥିଲେ । ଏହା ବାଇଡେନ୍‌ଙ୍କ ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ସେ ତିନିଦିନ ଏଠାରେ ଅବସ୍ଥାନ କରିବେ ।

ବାଇଡେନ୍‌ଙ୍କ ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ୍ରୋ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଟୁଡ୍ରୋଙ୍କ ସହିତ ତାଙ୍କ ପୁତ୍ର ଜାଭିୟର୍ ମଧ୍ୟ ଆସିଛନ୍ତି । କେନ୍ଦ୍ର ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହା ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ପତ୍ନୀ ଅକ୍ଷତାଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କୁ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବାପରେ ସୁନକ୍‌ଙ୍କ ଏହା ପ୍ରଥମ ଭାରତ ଗସ୍ତ । ଶୁକ୍ରବାର ସକାଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲ୍‌ବର୍ଟୋ ଫର୍ଣ୍ଣାଣ୍ଡେଜ୍ ଦିଲ୍ଲୀରେ ପହଞ୍ଚିଥିଲେ । ଷ୍ଟିଲ୍ ଏବଂ ଗ୍ରାମ୍ୟ ଉନ୍ନୟନ ରାଜ୍ୟ ମନ୍ତ୍ରୀ ଫଗନ୍ ସିଂହ କୁଲାସ୍ତେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ । ସମ୍ମିଳନୀରେ ଯୋଗଦେବା ପାଇଁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏହାପରେ ପହଞ୍ଚିଥିଲେ । ତାଙ୍କୁ କେନ୍ଦ୍ର କପଡ଼ା ରାଜ୍ୟ ମନ୍ତ୍ରୀ ଦର୍ଶନା ଜାରଦୋଶ ସ୍ୱାଗତ କରିଥିଲେ । ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦା ସମ୍ମିଳନୀରେ ଯୋଗଦେବା ନିମନ୍ତେ ପତ୍ନୀଙ୍କ ସହିତ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଆଫ୍ରିକାନ୍ ୟୁନିୟନ୍ ଅଧ୍ୟକ୍ଷ ଅଜାଲି ଓସୌମାନୀ ମଧ୍ୟ ସମ୍ମିଳନୀରେ ଭାଗନେବାକୁ ପହଞ୍ଚିସାରିଛନ୍ତି ।

ବିଶ୍ୱ ନେତାଙ୍କ ମଧ୍ୟରେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନୀ, ୟୁରୋପିଆନ୍ କମିଶନ୍ ସଭାପତି ଉର୍ସୁଲା ଭନ୍ ଡର୍ ଲେୟେନ୍‌, ଓଇସିଡି ସେକ୍ରେଟାରୀ ଜେନେରାଲ୍ ମାଥିଆସ୍ କୋର୍‌ମାନ୍‌, ମେକ୍ସିକୋ ଅର୍ଥମନ୍ତ୍ରୀ ରକ୍ୱେଲ୍ ବୁଏନ୍‌ରୋଷ୍ଟ୍ରୋ ସାଞ୍ଚେଜ୍‌, ଆଇଏମ୍‌ଏଫ୍ ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଏଭା, ସାଉଦୀ ଆରବ ଅର୍ଥ ମନ୍ତ୍ରୀ ମହମ୍ମଦ ଅବଦୁଲ୍ଲାହ ଅବ୍‌ଦୁଲ୍‌ଅଜିଜ୍ ଅଲ୍ ଜଦାନ୍ ପ୍ରମୁଖ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ସେହିପରି ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟପ ଏର୍ଦୋଗନ୍‌, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ମଧ୍ୟ ସମ୍ମିଳନୀରେ ଭାଗନେବା ପାଇଁ ପହଞ୍ଚିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସ୍ଥାନରେ ସମ୍ମିଳନୀରେ ଭାଗନେବା ପାଇଁ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ବିକେ ସିଂହ ସ୍ୱାଗତ କରିଥିଲେ । ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ପରିବର୍ତ୍ତେ ବିଦେଶ ମନ୍ତ୍ରୀ ସର୍ଗେଇ ଲାବାରୋଭ୍ ମଧ୍ୟ ପହଞ୍ଚିଛନ୍ତି । ପୁଟିନ୍ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଆସିପାରୁ ନଥିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଥିଲେ ।

ଏହା ପୂର୍ବରୁ ସମ୍ମିଳନୀରେ ଯୋଗଦେବା ପାଇଁ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ତିନୁବୁ ପ୍ରଥମ ବିଶ୍ୱନେତା ଭାବେ ଗୁରୁବାର ଦିଲ୍ଲୀ ପହଞ୍ଚିଥିଲେ । ତାଙ୍କୁ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଏସ୍‌ପି ସିଂହ ବାଘେଲ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ କୁମାର ଜଗନାଥ ମଧ୍ୟ ଗୁରୁବାର ପହଞ୍ଚିଥିଲେ । ବିଶ୍ୱ ବାଣିଜ୍ୟ ସଂସ୍ଥା (ଡବ୍ଲ୍ୟୁଟିଓ) ପ୍ରବନ୍ଧ ନିର୍ଦ୍ଦେଶକ ଡ. ଏନ୍‌ଗୋଜି ଓକୋଞ୍ଜୋ-ଇୱେଲା ସମ୍ମିଳନୀରେ ଭାଗନେବା ପାଇଁ ଗୁରୁବାର ରାତିରେ ଦିଲ୍ଲୀ ପହଞ୍ଚିଥିଲେ । ଏହି ବିଶ୍ୱ ନେତାମାନଙ୍କୁ ବିମାନ ବନ୍ଦରରେ ଭାରତର ପାରମ୍ପରିକ ଲୋକନୃତ୍ୟ ଜରିଆରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଜି୨୦ ଶିଖର ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀର ପ୍ରଗତି ମଇଦାନରେ ନିର୍ମିତ ଭାରତ ମଣ୍ଡପମ୍‌ରେ ହେବ । ଏହା ବ୍ୟତୀତ ଅନ୍ୟ କେତେକ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ସ୍ଥଳରେ କରାଯିବ । ଶନିବାର ସକାଳ ସାଢ଼େ ୯ଟାରେ ସମସ୍ତ ଦେଶ ଏବଂ ପ୍ରତିନିଧିମଣ୍ଡଳୀର ନେତା ଭାରତ ମଣ୍ଡପମ୍‌ରେ ଏକତ୍ରିତ ହେବେ । ପ୍ରଧାନମନ୍ତ୍ରୀ ମୋଦୀ ଆୟୋଜନସ୍ଥଳରେ ବ୍ୟକ୍ତିଗତ ଭାବେ ସମସ୍ତ ରାଷ୍ଟ୍ରାଧ୍ୟକ୍ଷ ଏବଂ ନେତାଙ୍କ ସ୍ୱାଗତ କରିବେ । ସାଢ଼େ ୧୦ଟା ବେଳେ ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଏହାପରେ ଦ୍ୱିପାକ୍ଷିକ ସାକ୍ଷାତ-ଆଲୋଚନା ହେବ ଏବଂ ପୁଣି ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ହେବ । ସମ୍ମିଳନୀ ସ୍ଥଳରେ ହିଁ ରାତ୍ରୀଭୋଜନର ଆୟୋଜନ ହେବ । ରବିବାର ସକାଳେ ନେତାମାନେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପରେ ପ୍ରଗତି ମଇଦାନରେ ଚାରାରୋପଣ କରିବେ ଏବଂ ତୃତୀୟ ଅଧିବେଶନ ଆରମ୍ଭ ହେବ । ଏହାପରେ ସମ୍ମିଳନୀର ସମାପନ ସମାରୋହ ଅନୁଷ୍ଠିତ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button