ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ ୨୦୨୪ : ପରିପ୍ରେକ୍ଷୀରେ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ – Ibnodisha

[ad_1]
ଯାଜପୁର : ସୋମବlର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତର ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି ଅନୁଯାଇ ଏକ ସଙ୍ଗେ ଅନୁଷ୍ଠିତ ହେବାକୁ ଯାଉଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଥାନାର ଆଇ ଆଇ ସି,ବି ଡି ଓ, ତହସିଲଦାର ଏବଂ ସେକ୍ଟର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୁଥ କେନ୍ଦ୍ରକୁ ଯିବା ପାଇଁ ପ୍ରତ୍ୟେକ ବ୍ଲକର ବି ଡି ଓ, ସଂପୃକ୍ତ ଥାନା ଆଇ ଆଇ ସି, ସେକ୍ଟର ଅଧିକାରୀ ଯୁଗ୍ମ ପର୍ଯ୍ୟବେକ୍ଷଣ ରେ ରୁଟ ଚାର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମତଦାନର ସମୟ ଆରମ୍ଭ ଓ ଶେଷ ସମୟକୁ ବୁଥ ରେ ପାଳନ କରିବାକୁ କୁହାଯାଇଛି। ଯାଜପୁର ଜିଲ୍ଲାରେ ଜୁନ 1ତାରିଖରେ 1ଗୋଟି ଲୋକସଭା ଆସନ8,7 ଗୋଟି ବିଧାନସଭା ଆସନ 48 ବିଞ୍ଝାରପୁର,49 ବରୀ,50 ବଡ଼ଚଣା,51 ଧର୍ମଶାଳା,52 ଯାଜପୁର,53 କୋରାଇ ଓ 54 ସୁକିନ୍ଦା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ସେକ୍ଟର ଅଧିକାରୀ, ପୋଲିସ ଅଧିକାରୀ ଏବଂ ନିୟୋଜିତ ନିର୍ବାହୀ ମାଜିଷ୍ଟ୍ରେଟ,ବି ଡି ଓ ମାନେ ଆବଶ୍ୟକସ୍ଥଳେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣିଂ ଅଫିସର ମାନଙ୍କ ସହ ପରାମର୍ଶ ନେଇ ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ।ସେହିପରି ଥାନା ଆଇ ଆଇ ସି ଓ ନିର୍ବାହୀ ମାଜିଷ୍ଟ୍ରେଟ ଏବଂ ସେକ୍ଟର ଅଧିକାରୀ ମାନେ ମିଳିତ ଭାବେ ଅତି ଆବଶ୍ୟକ ଥିବା ହୋମ ଭୋଟିଂ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ କହିଲେ ଜେ ସମସ୍ତ ଥାନା ଆଇ ଆଇ ସି ମାନେ ସେକ୍ଟର ଅଧିକାରୀ ଏବଂ ନିର୍ବାହୀ ମାଜିଷ୍ଟ୍ରେଟ ମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିବା ସହ ଆବଶ୍ୟକ ସ୍ଥଳେରିଟର୍ଣିଂ ଅଫିସର ଙ୍କ ପରାମର୍ଶ ନେବା, ଏସ ଏସ ଟି, ଭିଡିଓ ଭିଉଇଂ ଟିମ୍ , ଫ୍ଲାୟୀଙ୍ଗ ସ୍କ୍ୱାର୍ଡ ମାନଙ୍କର ଫୋନ୍ ନମ୍ୱର୍ ଏବଂ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୋଲିଂ ପାର୍ଟି ସହ ମତଦାନକେନ୍ଦ୍ରକୁ ଡି ସ୍ପରସାଲ କେନ୍ଦ୍ରରେ ପୋଲିସ କର୍ମଚାରୀ ଟାଗିଂ ସୁଚାରୁରୂପେ ପରିଚାଳନା କରିବା, ପୋଲିସ ଦ୍ବାରା ଆର୍ମ ଭିୱିଂ,ଆମୁନେସନ୍ ଆଇନ ସମ୍ମତ ଓ ଆଇନ ସମ୍ମତ ନୁହେଁ ଯାଞ୍ଚ କରିବା, ସୁରକ୍ଷା ଦୃଷ୍ଟିରୁ ପୋଲିସ ଫ୍ଲାଗ ମାର୍ଚ୍ଚ,ସି ଭିଜିଲ ଆପ,ନାମାଙ୍କନପତ୍ର ଦାଖଲ ବେଳେ 100ରୁ 200 ମିଟର ଭିତରେ ପୋଲିସ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ମିଟିଂ ସ୍ଥାନକୁ ପ୍ରାର୍ଥୀ ମାନଙ୍କୁ ଅନଲାଇନରେ ଆବେଦନ କରିଥିବା ପ୍ରାଥି ମାନଙ୍କୁ ଫାଷ୍ଟ କମ ଫାଷ୍ଟ ବେଶିସ ରେ ଅନୁମତି ଦେବା ଇତ୍ୟାଦି କାର୍ଯ୍ୟକ୍ରମ ସମ୍ଵନ୍ଧରେ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକସ୍ଥଳେ ନିର୍ବାଚନ କମିଶନଙ୍କ ଏମ ସି ସି କମ୍ପେଡିଅମ୍ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ଶୁଭେଦ୍ର କୁମାର ସାମଲ,ମଡେଲ କୋଡ ଅଫ କଣ୍ଡକ୍ଟ ତଦାରଖରେ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରୀଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ,ଶ୍ରୀ ଶିତିକଣ୍ଠ କାନୁନଗୋ,ଡି ଏସ ପି ଶ୍ରୀ କୈଳାଶ ଚନ୍ଦ୍ର ସେଠୀ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀମତୀ ମନୋରମ ଜାଲି ମଞ୍ଚାଷୀନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଞ୍ଜନ ମଲ୍ଲିକ, ଡେପୁଟି କଲେକ୍ଟର ଶାଶ୍ଵତୀ ସାଡୁଆଲ, ବିଭିନ୍ନ ଥାନାର ଆଇ ଆଇ ସି,ବି ଡି ଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
[ad_2]




