ରାଜ୍ୟ

ହେଲିକପ୍ଟର ଉଡ଼ାଣ ଖର୍ଚ୍ଚର ହିସାବ ବିଧାନସଭାରେ ଦେବି: ଟୁକୁନି ସାହୁ – Ibnodisha

[ad_1]

ରାଜ୍ୟରେ ଯେଉଁଭଳି ଶାସନ ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି: କୁସୁମ ଟେଟେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହେଲିକପ୍ଟର ବ୍ୟବହାର କରୁଥିବା ନେଇ ବିଜେପି ଅଭିଯୋଗ ଆଣିବା ପରେ ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟ୍ବିଟ୍ କରି ପ୍ରତିବାଦ କରିଛନ୍ତି। କହିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ବ୍ୟବହାର କରୁଥିବା ହେଲିକପ୍ଟର ଖର୍ଚ୍ଚ ନେଇ ସବିଶେଷ ସୂଚନା ଦେବେ। ଶ୍ରୀମତୀ ସାହୁ ଆଜି ଟ୍ବିଟ୍ କରିଛନ୍ତି ଯେ କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡ଼ୁ ସିଆଡ଼ୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପ୍ଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି।

ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡ଼ିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ। ଟୁକୁନି ବିଧାନସଭାରେ ତଥ୍ୟ ଦେବେ ବୋଲି କହିବା ପରେ ବିଜେପି ବିଧାୟିକା କୁସୁମ ଟେଟେ ଟ୍ବିଟ୍ କରି କହିଛନ୍ତି ଯେ ଟୁକୁନି ଅପା, ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି? ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼”, ଓଡ଼ିଶାର ଜନମାନସରେ ଅନେକ ଦିନ ଧରି ଏହି କଥାଟି ଉଦ୍‌ବେଗର କାରଣ ସାଜିଛି। ଆଜି ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ, ସଚିବ ବଡ଼। ଅଭିଯୋଗ ଆସିଥିଲା ସଚିବଙ୍କ ବିରୋଧରେ କିନ୍ତୁ ପ୍ରତିକ୍ରିୟା ଦେଲେ ଆପଣ, ଜଣେ ମନ୍ତ୍ରୀ। ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକପ୍ଟର ବ୍ୟବହାର କରିପାରିଛନ୍ତି?

ଗତକାଲି ଆମ ଦଳ ତରଫରୁ ଯେଉଁ ବୈଧାନିକ ପ୍ରଶ୍ନ କରାଯାଇଥିଲା ତାହାର ଉତ୍ତର ଆପଣ କେବେ ଦେବେ? ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ, ଆମୋଦ ପ୍ରମୋଦ ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି? ମେ’ ୧୪ ଓ ଜୁନ୍‌ ୨୮ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ ତାହା ଆପଣ ଆଜି ସ୍ପଷ୍ଟ କଲେ ଭଲ ହୁଅନ୍ତା। ମାତ୍ର ୬ମାସ ଭିତରେ ୭୫ଥର ସରକାରୀ ଅର୍ଥରେ ହେଲିକପ୍ଟର, ସ୍ୱତନ୍ତ୍ର ବିମାନ, ଅତ୍ୟାଧୁନିକ ବିଜିନେସ୍ ଜେଟ୍ ବ୍ୟବହାର ହୋଇଛି। ଏହାଦ୍ୱାରା ସାଧାରଣ ଓଡ଼ିଶା ଲୋକଙ୍କର କ’ଣ ଲାଭ ହୋଇଛି? ଏହି ୭୫ଥର କେଉଁ କେଉଁମାନେ ହେଲିକପ୍ଟରରେ ଯାତ୍ରା କରିଛନ୍ତି ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା। ଲୋକଙ୍କ ମନରେ ‘ଅନ୍ଧାରି ବିଜେ’କୁ ନେଇ ସନ୍ଦେହ ହେଲାଣି । ୫-ଟି ସଚିବଙ୍କର ଜିଲ୍ଲା ବୁଲା କାର୍ଯ୍ୟକ୍ରମରେ ଯେଉଁଭଳି ଭାବେ ପାଖାପାଖି ୫୦୦କୋଟି ଟଙ୍କା ଅର୍ଥ ବରବାଦ ହେଲା ଏହା ଜନବିରୋଧୀ ନୁହେଁ କି? ଆପଣଙ୍କ ପାଇଁ ଏହି ୫୦୦କୋଟି ଟଙ୍କା କମ୍ ହୋଇପାରେ। କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ଏହା ବହୁତ ମୂଲ୍ୟବାନ। ଆସନ୍ତା ବିଧାନସଭାରେ ବିଜେପି ଏହାର କଡ଼ାଗଣ୍ଡା ହିସାବ ମାଗିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button