ରାଜ୍ୟ
ପୁଅକୁ ହତ୍ୟା ପାଇଁ ନୃଶଂସ ବାପାର ଉଦ୍ୟମ, ରେଳଧାରଣାରୁ ୮ ବର୍ଷର ଶିଶୁକୁ ଉଦ୍ଧାର କଲା ପୋଲିସ
ବଲାଙ୍ଗିର: ପାରିବାରିକ ବିବାଦର କରୁଣ ପରିଣତି । ପୁଅକୁ ହତ୍ୟା ପାଇଁ ନୃଶଂସ ବାପାର ଉଦ୍ୟମ । ରେଳଧାରଣାରୁ ୮ ବର୍ଷର ପୁଅକୁ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ପୋଲିସ । ବଲାଙ୍ଗିର ଜିଲ୍ଲା କଂସାରି ପଡ଼ାର ଘଟିଛି ଏପରି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ସ୍ବାମୀ-ସ୍ତ୍ରୀଙ୍କ କଳହରୁ ୮ବର୍ଷର ପୁଅକୁ ନୃଶଂସ ବାପା ହତ୍ୟା କରିବାକୁ ଉଦ୍ୟମ କରିଥିଲା ।
ରେଳ ଧାରଣାରେ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ବଲାଙ୍ଗିର ପୋଲିସ ଉଦ୍ଧାର କରିଛି। ଅଭିଯୁକ୍ତ ବାପା ସଚିନ ଦାସକୁ ଥାନରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।