ରାଜ୍ୟ

ମାରାଥାନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ – Ibnodisha

[ad_1]

ଭୁବନେଶ୍ବର : ୫ ଘଣ୍ଟାର ମାରାଥାନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ । ଅର୍ଥ ତତ୍ତ୍ଵ ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଏବଂ ସାଗର ରାଏଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା କରିବାକୁ ଇଡି ଡାକିଥିଲା । ବିଲ୍ଡର ସାଗର ରାଏଙ୍କୁ ମଙ୍ଗଳବାର ଇଡି ଜେରା କରିଥିବାବେଳେ, ବୁଧବାର ବିନୀତ ଲଲାନିଙ୍କୁ ଡକାଯାଇଥିଲା । କିଛି ସମୟ​‌ ପରେ ପୁଣି ବିଲ୍ଡର ସାଗର ରାଏ ଇଡିରେ ହାଜର ହୋଇଥିଲେ । ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା​​‌ ମିଳିଛି । ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ । ସେ କହିଛନ୍ତି ଯେ, କୌଣସି ପ୍ରକାରର ଘୋଟାଲା ହୋଇନାହିଁ । ପୂର୍ବରୁ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗତ ୭ ତାରିଖରେ ତାଙ୍କ ଘରେ ରେଡ୍ ହୋଇଥିଲା । ଭୁବନେଶ୍ବରର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଏବଂ ଛତ୍ରପୁରର ୨ଟି ସ୍ଥାନରେ ​‌ରେଡ୍ କରାଯାଇଥିଲା । ରେଡ୍ ବେଳେ ୩୫ ଲକ୍ଷର ଏକ ଅଡି କାର୍, ୨୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ୧୫ ହଜାର ଟଙ୍କା ସୁନାଗହଣା, ବ୍ୟାଙ୍କ ପାସ୍ ବୁକ୍, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ଦସ୍ତାବିଜ ପ୍ରଭୃତି ମିଳିଥିଲା । ସାଗର ରାୟଙ୍କ ସମେତ ଅନ୍ୟ ସହଯୋଗୀ ଭିନିତ ଲଲାନିଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା । ତେବେ ଅର୍ଥତତ୍ତ୍ବ ମାମଲାରେ‌ ଅନେକ ହେବିଓ୍ବେଟ୍, କର୍ପୋରେଟ୍ ବିଜନେସ ମ୍ୟାନଙ୍କ ସହ ପ୍ରଭାବଶାଳୀ ନେତା ମଧ୍ୟ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button