ରାଜ୍ୟ

ପିଆର୍‌ଏମ୍‌ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ – Ibnodisha

[ad_1]

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଜଣେ ପ୍ରଥମବର୍ଷ ଛାତ୍ର (ହାଉସ୍‌ ସର୍ଜନ)ଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କେନ୍ଦୁଝର ଜିଲ୍ଲାର ସଚିନ୍‌ ସାହୁ। ସବୁଦିନ ଭଳି ଆଜି ବି ସଚିନ୍‌ ଡାକ୍ତରଖାନାରେ ଡ୍ୟୁଟି କରିଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ ସାଙ୍ଗମାନଙ୍କ ସହ ବେଶ୍‌ କିଛି ସମୟ କଥାବାର୍ତ୍ତା ପରେ ନିଜ ହଷ୍ଟେଲ ରୁମ୍‌କୁ ଚାଲି ଯାଇଥିଲେ। ତେବେ ସନ୍ଧ୍ୟା ଯାଏ ପଦାକୁ ନ ବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ।

କୌଣସି ଉତ୍ତର ନ ଦେବାରୁ ଝରକା ଭାଙ୍ଗି ଦେଖିଲା ବେଳକୁ ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ ସଚିନ୍‌। ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣିଥିଲେ। ହେଲେ ସେତେ ବେଳକୁ ସଚିନ୍‌ଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ସଂକ୍ରାନ୍ତରେ କଲେଜ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଛି। ‌ତେବେ ସଚିନ୍‌ଙ୍କ ଭଳି ଶାନ୍ତ ସ୍ବଭାବର ପିଲା ଆତ୍ମହତ୍ୟା କରିବା ଘଟଣାକୁ ତାଙ୍କ ସାଙ୍ଗମାନେ ବିଶ୍ବାସ କରିପାରୁନାହାନ୍ତି। ତାଙ୍କ ଉପରେ କୌଣସି ଚାପ ଥିଲା କି, ନା ଅନ୍ୟ କିଛି କାରଣରୁ ସେ ଆତ୍ମହତ୍ୟା କଲେ; ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବାରିପଦା ସଦର ଥାନା ଆଇଆଇସି ମଧୁମିତା ମହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button