ରାଜ୍ୟ

ରକ୍ତ ହୀନତା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଗର୍ଭପାତ ଜନିତ ସମସ୍ୟା ଯୋଗୁଁ ମହିଳା ଜଣକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଜଣାଯାଏ ଯେ, କର୍ଲାପାଟ ଥାନା ଅନ୍ତର୍ଗତ ପୁଲିଙ୍ଗ ପଦର ଗ୍ରାମର ଝିଅ ଲାଞ୍ଜିଗତ ବ୍ଳକ କୁଞ୍ଜାମ ଗ୍ରାମର କବିର ରାଜ ମାଝୀ ନାମକ ଜଣେ ବ୍ଯକ୍ତି ଙ୍କୁ ସ୍ତ୍ରୀ ସୁରେଖା ମାଝୀ (୨୨) ତାଙ୍କ ମାଁ ଘରକୁ ଆସିଥିଲେ ଗୁରୁବାର ସଂନ୍ଧ୍ଯା ୪ ଘଣ୍ଟା ୫୦ ମିନିଟରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ହେଲେ ସେ ୪ ମାସର ଗର୍ଭବତୀ ଥିଲେ। ତାଙ୍କର ସଂନ୍ଧ୍ଯା ୪ ଘଣ୍ଟା ୫୦ ମିନିଟରେ ରକ୍ତ ସ୍ରାବ ହେତୁ ସେ ମୃତ୍ୟୁବରଣ କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ମୃତ ଗର୍ଭବତୀ ମହିଳାଙ୍କୁ ଘରୁ ମେଡିକାଲ ଆଣିବା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା, ଯାହାକି ମାଁ ର ଗର୍ଭରେ ବଢୁଥିବା ଛୁଆ ବଢିବା ରେ ଅସମ୍ପୂର୍ଣ୍ଣତା ସହ ରକ୍ତ ଅଭାବ ବୋଳି ମେଡିକାଲ ରିପୋର୍ଟ ରେ ଦର୍ଶାଯାଇଛି l ଯାହାଫଳରେ ସେ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ଡାକ୍ତର ଶକ୍ତି ସାଗର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କୁ ଥୁଆମୁଳ ରାମପୁର ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ ହେଲେ ତାଙ୍କୁ ତାଙ୍କ ପରିବାର ଲୋକେ ନେଇ ନ ଥିଲେ ଫଳରେ ମାତୃ ମୃତ୍ୟୁ ହୋଇଛି l

Related Articles

Leave a Reply

Your email address will not be published. Required fields are marked *

Back to top button