ରାଜ୍ୟ

ଦିନରେ ସିନ୍ଧିଚୋରି ମାମଲା: ହଡ଼ା ଗ୍ୟାଙ୍ଗ୍‌ର ୩ ଗିରଫ ସୁନା ଅଳଙ୍କାର ଜବତ

ଜଟଣୀ: ସକାଳୁ ସକାଳୁ ସିନ୍ଧିଚୋରି କରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇଥିବା ହଡ଼ା ଗ୍ୟାଙ୍ଗ୍‌କୁ ଜଟଣୀ ଥାନା ପୁଲିସ ବାନ୍ଧିଛି। ସେମାନେ ହେଲେ ଗୋପବନ୍ଧୁନଗରର ତ୍ରୈଲୋକ୍ୟ ହଡ଼ା(୨୭), ସେହି ସାହିର କାର୍ତ୍ତିକ ମହାରଣା ଓରଫ କାହ୍ନା(୩୨) ଓ ବାଲିଛକ ମୁଣ୍ଡିଆସାହିର ସଂଜିତ ସ୍ବାଇଁ ଓରଫ ଲିଟୁ(୨୪)। ସେମାନଙ୍କ ନିକଟରୁ ଚୋରି ଗହଣାଗାଣ୍ଠି ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ରାମଚନ୍ଦ୍ରପୁର ମାର୍କେଟ୍‌ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିବା ପ୍ରଭାସିନୀ ମହାରଣା ୩ ତାରିଖ ସକାଳେ ପୁଅକୁ ସ୍କୁଲ୍‌ରେ ଛାଡ଼ିବାକୁ ଯାଇଥିଲେ।

ସେଦିନ ଘରମାଲିକ ମଧ୍ୟ ନଥିଲେ। ଏହି ମଉକାକୁ ଉଣ୍ଡି ରହିଥିବା ହଡ଼ା ଗ୍ୟାଙ୍ଗ୍‌ ତୁରନ୍ତ ପ୍ରଭାସିନୀଙ୍କ ରୁମ୍‌ର ଝରକା ତାଡ଼ି ପଶିଯାଇଥିଲେ। ଆଲ୍‌ମିରା ତାଡ଼ି କାନଫୁଲ, ଲକେଟ୍‌, ରୁପା ଗହଣା ଓ ନଗଦ କିଛି ଟଙ୍କା ନେଇଯାଇଥିଲେ। ପ୍ରଭାସିନୀ ଘରେ ପହଞ୍ଚି ଚୋରି ହୋଇଥିବା ଜାଣିବା ପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ଟିମ୍‌ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଥିଲା। ଏଭଳି ଚୋରି କେବଳ ହଡ଼ା ଗ୍ୟାଙ୍ଗ୍‌ କାମ ବୋଲି ପୁଲିସର ସନ୍ଦେହ ହେବାରୁ ପୁଲିସ ହଡ଼ାକୁ ପିଛା କରିଥିଲା। ଆଜି ହଡ଼ା ଓ ଅନ୍ୟ ୨ଜଣ ଜଟଣୀ ଉପକଣ୍ଠରେ ଏକ ଘରୋଇ କଲେଜ ନିକଟରେ ଥିବା ବେଳେ ପୁଲିସ ଚଢ଼ଉ କରିଥିଲା। କାହ୍ନା ନାଁରେ ୨୨, ହଡ଼ା ନାଁରେ ୧୨ ଓ ଲିଟୁ ନାଁରେ ୧୧ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button