ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର – Ibnodisha

[ad_1]

ଭୁବନେଶ୍ବର: ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଓଡ଼ିଆ ଶ୍ରମିକଙ୍କ ମୃତଦେହ ମୁମ୍ବାଇରୁ ଭୁବନେଶ୍ବର ଆସିବା ପରେ ଓଡ଼ିଶା-ମୋ ପରିବାର ଏହାକୁ ଜନ୍ମମାଟିକୁ ନେଇ ପହଞ୍ଚାଇଛି। ମୃତ ଶ୍ରମିକ ହେଲେ ସିଦ୍ଧାନ୍ତ ସାହୁ (୨୬)।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ। ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସିଦ୍ଧାନ୍ତ, କାମ କରୁଥିବା କମ୍ପାନି ତାଙ୍କ ମୃତଦେହକୁ ବିମାନ ଯୋଗେ ମୁମ୍ବାଇରୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲା। ପରିବାରବର୍ଗ ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କିପରି କରିବେ, ସେ ନେଇ ଚିନ୍ତାମଗ୍ନ ଥିଲେ। ଅସହାୟ ହୋଇ ସେମାନେ ମୁଖ୍ୟମନ୍ତ୍ରୀଙ୍କର ସ୍ଵତନ୍ତ୍ର ଦାୟିତ୍ଵରେ ଥିବା ଅଧିକାରୀ ଡ଼ଃ ଗୋପବନ୍ଧୁ ଦାଶଙ୍କର ସହଯୋଗ ଲୋଡ଼ିଥିଲେ। ଡ଼ଃ ଦାଶ, ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ଗଞ୍ଜାମସ୍ଥିତ ତାଙ୍କ ଜନ୍ମମାଟିକୁ ପଠାଯାଇଥିଲା। ଏହି ସମୟରେ ବିଜୁ ଜନତା ଦଳର ସମ୍ପାଦକ(ଓଡ଼ିଶା-ମୋ ପରିବାର) ଦୁର୍ଗା ସାମନ୍ତରାୟ ଏବଂ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ଉପସ୍ଥିତ ଥିଲେ।
[ad_2]